ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଟିଂରେ ଓଡ଼ିଆ ଝିଅର କମାଲ। ଜର୍ମାନିର ମୁନିଚ୍‌ରେ ଖେଳାଯାଇଥିବା ଅନ୍ତର୍ଜାତୀୟ ରାଇଫଲ୍‌ ସୁଟିଂରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡଙ୍ଗୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଚ୍‌ ଆଣ୍ଡ ଏନ୍‌ କପ୍‌ ଇଣ୍ଟରନ୍ୟାସନାଲ ଚାମ୍ପିୟନସିପ୍‌ର ମିକ୍ସ ଏୟାର ରାଇଫଲ୍‌ ବର୍ଗରେ ତାଙ୍କୁ ଗୋଲ୍ଡ ମେଡାଲ ମିଳିଛି। ଏହି ବର୍ଗରେ ଶ୍ରୀୟଙ୍କା ଓ ଅଖିଲ୍‌ ସୋରେନ୍‌ଙ୍କୁ ନେଇ ଗଠିତ ଟିମ୍‌ ଏହି ସଫଳତା ଲାଭ କରିଛନ୍ତି।

ରବିବାର ହୋଇଥିବା ପ୍ରତିଯୋଗିତାରେ ଶ୍ରୀୟଙ୍କା ଏବଂ ଅଖିଲ୍‌ଙ୍କ ଟିମ୍ , ରୁଷିଆର ଡି. ଭିଡୋଭିନା ଏବଂ ଭି. ମିସ୍‌ଲିନିକୋଭ୍‌ଙ୍କୁ ଦୁଇ ପଏଣ୍ଟରେ ହରାଇଥିଲେ। ଏହି ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ୫୦୨.୯ ପଏଣ୍ଟ ସ୍କୋର କରିଥିଲେ।

ଶ୍ରୀୟଙ୍କା ୨୦୦୯ ମସିହାରୁ ଭାରତୀୟ ସୁଟିଂ ଟିମ୍‌ର ଅଂଶ ଗ୍ରହଣ କରିଥିଲେ। ଏକମାତ୍ର ଓଡ଼ିଆ ଝିଅ ଭାବେ ସେ ଅନ୍ତର୍ଜାତୀୟ ସୁଟିଂରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ୨୦୧୫ ମସିହାରେ ୧୩ ତମ ଏସିଆନ୍ ସୁଟିଂ ଚମ୍ପିଅନସିପରେ ୧୦ ମିଟର ଏୟାର ରାଇଫଲ କନିଷ୍ଠ ମହିଳା ବର୍ଗରେ ଶ୍ରୀୟଙ୍କା ରୌପ୍ୟ ପଦକ ଜିତିଥିଲେ।

Comment