ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶରେ ‘ଉରି’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ରିଲିଜ ହେବାର ତୃତୀୟ ସପ୍ତାହରେ ପହଞ୍ଚିସାରିଲାଣି ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’। କିନ୍ତୁ ବକ୍ସ ଅଫିସରେ ଏବେ ମଧ୍ୟ ଚାଲିଛି ‘ଉରି’ର ସର୍ଜିକାଲ ଷ୍ଟ୍ରାଇକ। ଜବରଦସ୍ତ ବ୍ୟବସାୟ କରୁଛି ଏହି ଫିଲ୍ମ। ଆଉ ଏବେ ଉତ୍ତରପ୍ରଦେଶ ସରକାରଙ୍କ ଏକ ଘୋଷଣା ଏହି ଫିଲ୍ମକୁ ଆହୁରି ଫାଇଦା ମିଳିବ। ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଉରି’କୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି।

ମଙ୍ଗଳବାର ପ୍ରୟାଗରାଜରେ ଚାଲିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ‘ଉରୀ’  ଉପରେ ଲାଗୁ ହେଉଥିବା ରାଜ୍ୟ ଜିଏସ୍‌ଟି ଛାଡ଼ କରିବାକୁ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ୱାରା ଟିକେଟ୍ ଦର ଶସ୍ତା ହୋଇଯିବ। ଫଳରେ ଅଧିକ ଟିକେଟ୍ ବିକ୍ରି ହେବ ବୋଲି ଆଶା କରାଯାଉଛି।

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମିରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଏହା ମୋଦି ସରକାରଙ୍କ ବଡ଼ ଷ୍ଟ୍ୟଟେଜି ବୋଲି ଧରାଯାଏ। ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’।

ବକ୍ସ ଅଫିସରେ କଙ୍ଗନା ରାନାୱତ୍‌ଙ୍କ ‘ମଣିକର୍ଣ୍ଣିକା’ ଓ ନୱାଜୁଦ୍ଦିନ୍ ସିଦ୍ଦୀକୀଙ୍କ ‘ଠାକରେ’ ପରସ୍ପରକୁ କଡ଼ା ଟକ୍କର ଦେଉଥିବା ବେଳେ ‘ଉରି’ ଏମାନଙ୍କୁ ପଛରେ ପକାଇଛି। ୪୫ କୋଟି ବଜେଟ୍‌ରେ ‘ଉରି’ ଫିଲ୍ମ ନିର୍ମାଣ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୧୬୦.୭୮ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ବର୍ତ୍ତମାନ ଉତ୍ତରପ୍ରଦେଶରେ ‘ଉରି’କୁ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପରେ ଏହା ୨୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଆଶା କରାଯାଉଛି।

Comment