ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇଙ୍ଗ ଇନ୍ଦୁପୁର ଗାଁରେ ଘଟିଥିବା ଗଣହତ୍ୟା ଉପରୁ ପରଦା ହଟାଇଛି ପୋଲିସ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

ଗତ ୨୫ ତାରିଖରେ ଇଙ୍ଗ ଇନ୍ଦୁପୁର ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡାଙ୍କ ସମେତ ଦୁଇ ପୁତ୍ର ଏବଂ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଥିଲା। ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା।

କୁନି ୨୫ ତାରିଖ ସନ୍ଧ୍ୟାରେ ଛୋଟ ଝିଅକୁ ଧରି ବସିଥିବା ବେଳେ ଗାଁର ୭ ଜଣ ଲୋକ ହାତରେ ଶାବଳ ଧରି କବାଟ ଭାଙ୍ଗି ଜୋର୍ ଜବରଦସ୍ତ ପଶିଥିଲେ। କୁନି ସମେତ ୪ ଛୁଆଙ୍କୁ ଶାବଳରେ ନିର୍ମମ ହତ୍ୟା କରିଥିଲେ।

ମୃତଦେହକୁ ଘର ପାଖରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ପୋଲିସ ତଦନ୍ତ କରି ଏହା ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା।

ଏହି ଘଟଣାରେ ଗତ ୨୮ ତାରିଖରେ କୋଇଡା ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା। ଜଣେ ଗୁଣିଆ ଇସାରାରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଥିଲା।

Comment