ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ହେବିୱେଟ ନେତା ବିଭିନ୍ନ ଟିଭି ଶୋ ଏବଂ ନିର୍ବାଚନୀ ରାଲିରେ ପରସ୍ପର ମଧ୍ୟରେ ଆରୋପ ପତ୍ୟାରୋପ ଜାରି ରହିଛି। ତେବେ ଏହାଛଡ଼ା ବି ଏକ ଲଢେଇ ସୋସିଆଲ ମିଡିଆରେ ହେଉଛି।

ନିକଟରେ ସାମାଜିକ କର୍ମୀ ମଧୁ କିଶୋରଙ୍କ ଏକ ଟୁଇଟ୍‌କୁ ନେଇ ସୋସିଆଲ ମିଡିଆରେ ଝଡ଼ ଆରମ୍ଭ ହୋଇଯାଇଛି। ମଧୁ ଏକ ଟୁଇଟ୍‌ରେ, ରାହୁଲ ନିର୍ବାଚନୀ ରାଲିରେ ଦେଉଥିବା ପ୍ରତିଶ୍ରୁତିକୁ ଟିପ୍ପଣୀ କରିଛନ୍ତି।

ମଧୁ ନିଜର ଏକ ଟୁଇଟରେ ଜଣେ ୟୁଜରଙ୍କୁ ଉତ୍ତର ଦେବାକୁ ଯାଇ କହିଛନ୍ତି, ”ସେହି ସମୟକୁ ଅପେକ୍ଷା କର ଯେତେବେଳେ ରାହୁଲ ଗାନ୍ଧି ସମସ୍ତ ବୟସ୍କଙ୍କ ଲାଗି ବର୍ଷର କିଛି ଦିନ ଫ୍ରି ସେକ୍ସର ପ୍ରତିଶ୍ରୁତି ଦେବେ।”

ମଧୁଙ୍କ ଏହି ଟୁଇଟକୁ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଲୋକ ଲଗାତାର ଏହାକୁ ନେଇ ବୟାନବାଜି ଆରମ୍ଭ କରିଦେଇଛନ୍ତି। ତେବେ ଏହା ପୂର୍ବରୁ ଅନେକ ଥର ମଧୁ କିଶୋର ଏମିତି ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଛନ୍ତି ଯାହାକୁ ନେଇ ଅନେକ ତର୍କ ବିତର୍କ ହୋଇଛି।

Comment