ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ସିରିଏଲରେ ବେଶ୍‌ ଜଣାଶୁଣା ଅଭିନେତ୍ରୀ ଜେନିଫର ୱିଙ୍ଗେଟ। ନିଜର ସୁନ୍ଦର ଚେହେରା ଓ ଦକ୍ଷ ଅଭିନୟ ପାଇଁ ସେ ପ୍ରତ୍ୟେକ ଦର୍ଶକଙ୍କ ପାଖରେ ପରିଚିତ।

ଶିଶୁ କଳାକାରଭାବେ କ୍ୟାରିୟର ଆରମ୍ଭ କରିଥିଲେ ଜେନିଫର। ବଲିଉଡର ଅନେକ ସୁପରହିଟ୍ ଫିଲ୍ମ ‘ରାଜା କୋ ରାନୀ ସେ ପ୍ୟାର ହୋ ଗୟା’, ‘କୁଛ ନା କହୋ’ରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି।

ଅନେକ ଚର୍ଚ୍ଚିତ ସିରିଏଲରେ ବି ସେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ଜେନିଫର ୨୦୧୦ରେ ଲୋକପ୍ରିୟ ସିରିଏଲ ‘ଦିଲ ମିଲ ଗୟା’ରେ ଲିଡ ରୋଲରେ ନଜର ଆସିଥିଲେ। ସେହି ସିରିଏଲରେ ତାଙ୍କ ବିପକ୍ଷରେ ଅଭିନେତା କରଣ ସିଂହ ଗ୍ରୋଭର ଅଭିନୟ କରିଥିଲେ।

ଏହି ସିରିଏଲରୁ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୨ରେ ଉଭୟ ବିବାହ କରିଥିଲେ। ହେଲେ ତାଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ପାରିନଥିଲା।

୨୦୧୪ରେ ଉଭୟ ଅଲଗା ହୋଇଯାଇଥିଲେ। ୨୦୧୬ରେ କରଣ ଫିଲ୍ମ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିଥିଲେ। ତେବେ ଜେନିଫର କିନ୍ତୁ ଏଯାଏଁ ଦ୍ୱିତୀୟ ବିବାହ କରିନାହାନ୍ତି।

୨୦୧୮ରେ କଲର୍ସରେ ପ୍ରସାରିତ ସିରିଏଲ ବେପନାହରେ ସେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ।

Comment