ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଙ୍ଗାଳୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିରାଜ୍ ୨୦୦୦ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ବେଙ୍ଗାଳୁରୁ ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ବିମାନ ବନ୍ଦର ନିକଟରେ ଘଟିଛି।

ଦୁର୍ଘଟଣାରେ ବିମାନର ଜଣେ ପାଇଲଟ୍‌ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପାଇଲଟ୍‌ଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

ଶୁକ୍ରବାର ମିରେଜ୍ ୨୦୦୦ ବିମାନକୁ ଅପଗ୍ରେଡ୍ କରାଯାଇ ପରୀକ୍ଷାମୂଳକ ଭାବେ ଉଡ଼ାଣ କରାଯାଉଥିଲା। ଏହି ବିମାନକୁ ଦୁଇଟି ପାଇଲଟ୍‌ ଚଳାଉଥିଲେ। କୌଣସି କାରଣ ବଶତଃ ହଠାତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗି ଜଳିବାକୁ ଲାଗିଲା। ଦୁର୍ଘଟଣାରେ ଜଣେ ପାଇଳଟ୍ ଜଳୁଥିବା ବିମାନ ଉପରେ ଖସିପଡ଼ିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ପାଇଲଟ୍‌ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉକ୍ତ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି।

ମିରେଜ୍ ୨୦୦୦ ହେଉଛି ପ୍ରାନ୍ସର ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ସିଙ୍ଗଲ ଇଞ୍ଜିନ ଫୋର୍ଥ ଜେନେରେସନ୍‌ର ଲଢ଼ୁଆ ବିମାନ।

Comment