ଓଡ଼ିଶାଲାଇଭ୍ ବିଜିନେସ୍‌ ବ୍ୟୁରୋ

Utkal Chamberଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ସଦସ୍ୟଙ୍କ ସହ ଆଲୋଚନା କଲେ ମାସୁମି ସୈଫୋଲାହି।

“ଇରାନରେ ବ୍ୟବସାୟ ପାଇଁ ଭଲ ସୁଯୋଗ ରହିଛି। ଓଡ଼ିଶାର ଯେଉଁ କମ୍ପାନିମାନେ ଇରାନରେ ବ୍ୟବସାୟ କରିବା ଲାଗି ଇଛା ପ୍ରକାଶ କରୁଛନ୍ତି କିମ୍ବା ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସୁଯୋଗ ରହିଛି। B2B (ବିଜିନେସ୍ ଟୁ ବିଜିନେସ୍) ପାଇଁ ଯାହା ସମର୍ଥନ ଦରକାର ଆମେ ତାହା ଯୋଗାଇ ଦେବାକୁ ଚେଷ୍ଟା କରିବୁ”, କହିଛନ୍ତି ଇରାନର ଫାରଦସ୍ ନାନୋ ଇନଫରମେସନ ଟେକ୍ନୋଲୋଜିର ସିଇଓ ମାସୁମୀ ସୈଫୋଲାହି।

ଭୁବନେଶ୍ୱରସ୍ଥିତ ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ପରିଦର୍ଶନରେ ଆସିଥିଲେ ଇରାନର ମାସୁମି ସୈଫୋଲାହି। ତାଙ୍କୁ ଉତ୍କଳ ଚ୍ୟାମ୍ବର୍ସ ଅଫ କମର୍ସର ସଭାପତି ରମେଶ ମହାପାତ୍ର ସ୍ୱାଗତ କରିଥିଲେ।

ଉତ୍କଳ କମର୍ସ ଅଫ୍ ଚାମ୍ବର୍ସର କିଛି ଅଧିକାରୀଙ୍କ ସହ ଆଲୋଚନା କରିବା ବେଳେ ସୈଫୋଲାହି କହିଥିଲେ ଯେ B2B ମିଟିଂ ଏବଂ ସେମିନାର ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ।

“ଫରାଦ ନାନୋ ଇନଫରମେସନ ଟେକ୍ନୋଲୋଜିର ସିଇଓ ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସର ସଦସ୍ୟମାନଙ୍କୁ ଇରାନରେ ବ୍ୟବସାୟ କରିବାକୁ ସୁଯୋଗ ଦେଇଛନ୍ତି। ଏହା ସ୍ୱାଗତଯୋଗ୍ୟ। ଫରାଦ ନାନୋ ଇନଫରମେସନ ଟେକ୍ନୋଲୋଜି ସହଯୋଗରେ ଇରାନର ବିଶ୍ୱସନୀୟ କମ୍ପାନିମାନଙ୍କ ସହ ବ୍ୟବସାୟ ସ୍ଥାପନ କରିବାକୁ ଉଦ୍ୟମ କରାଯିବ”, କହିଛନ୍ତି ୟୁସିସିଆଇର ସଭାପତି ରମେଶ ମହାପାତ୍ର।

B2B ମିଟିଂ ପାଇଁ ପ୍ରସ୍ତାବ ଦେଇଥିବାରୁ ସୈଫୋଲିହାଙ୍କୁ ୟୁସିସିଆଇର ସଦସ୍ୟମାନେ କୃତଜ୍ଞତା ଜଣାଇଛନ୍ତି।

ଏହି ଆଲୋଚନାରେ ୟୁସିସିଆଇ ପକ୍ଷରୁ ଅଶୋକ ସାରଦା (ଉପସଭାପତି, ବାଣିଜ୍ୟ), ଦୀପକ ରାଠୋର (ଉପସଭାପତି ଜେନେରାଲ), ମିଡିଆ କମିଟିର ଅଧ୍ୟକ୍ଷ ନୀଳାମ୍ବର ରଥ, କୋଷାଧ୍ୟକ୍ଷ ଅଶୋକ ଚିନଚିଲ୍ଲା, ଟିକସ କମିଟିର ସହ ଅଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ, ମିଡିଆ କମିଟିର ସହ ଅଧ୍ୟକ୍ଷ ମନୋଜ ପୃଷ୍ଟି, ଯୁଗ୍ମ ସମ୍ପାଦକ ସଞ୍ଜିବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment