ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଯେଉଁ ବଜେଟ୍‌ ଆଗତ କରିଛନ୍ତି ତାହା ଏତେଟା ଭଲ ନୁହେଁ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ଅଧିକ ବ୍ୟୟବରାଦ ହୋଇଥିଲେ ଭଲ ହୋଇଥାନ୍ତା’’, କହିଛନ୍ତି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀର ସଭାପତି ରମେଶ ମହାପାତ୍ର।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌ ସମ୍ପର୍କରେ ୟୁସିସିଆଇ ସଭାପତି ରମେଶ ମହାପାତ୍ର ଓଡ଼ିଶାଲାଇଭ୍‌କୁ ପ୍ରତିକ୍ରିୟା ଦେଇଥିଲେ।

କୃଷି କ୍ଷେତ୍ର ପାଇଁ ବଜେଟ୍‌ରେ ଭଲ ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ସୋଲାର ପମ୍ପସେଟ୍‌ ଦେବା ପାଇଁ ବ୍ୟବସ୍ଥା ରହିଛି। ଯେଉଁଠି ଜଳାଭାବ ରହିଛି ସେଠି ଏହି ସୋଲାର ପମ୍ପ କାମରେ ଆସିବ। ଭଲ ଫସଲ ଅମଳ ହୋଇପାରିବ।

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ୨୭ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିପାଇଁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲେ ଭଲ ହୋଇଥାନ୍ତା।

ଭାରତରେ ସୁଧହାର ଅଧିକ ରହିଛି। ଚୀନ, ଭିଏତନାମା ଭଳି ଦେଶରେ ସୁଧହାର ୬ରୁ ୭ ପ୍ରତିଶତ ଥିବା ବେଳେ ଭାରତରେ ରହିଛି ୧୦ରୁ ୧୧ ପ୍ରତିଶତ। ଏଥିପ୍ରତି ଦୃଷ୍ଟି ଦେବାର ଥିଲା।

Comment