ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧ ତାରିଖ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। କେନ୍ଦ୍ର ବଜେଟରେ ଓଡ଼ିଶାରେ ରେଳର ଭିତ୍ତିଭୂମି ବିକାଶ ପାଇଁ ୯,୭୨୩ କୋଟି ଅନୁଦାନ ଦିଆଯାଇଛି। ରାଜ୍ୟକୁ ୨୦୦୯ରୁ ୧୪ ମସିହା ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା। ଚଳିତ ବର୍ଷ ରାଜ୍ୟକୁ ଦିଆଯାଇଥିବା ଅନୁଦାନ ପୂର୍ବରୁ ୟୁପିଏ ସରକାର ଅମଳରେ ମିଳିଥିବା ଅନୁଦାନଠାରୁ ୧୦ ଗୁଣ ଅଧିକ ବୋଲି ଗୁରୁବାର କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି। ୨୦୧୪ରୁ ୧୯ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ କେନ୍ଦ୍ର ସରକାର ଦେଇଛନ୍ତି ହାରାହାରି ବାର୍ଷିକ ୪,୧୨୬ କୋଟି ଟଙ୍କା। ୨୦୧୯-୨୦ ମସିହାରେ ୪ ହଜାର ୫୬୮ କୋଟି ଟଙ୍କା ଏବଂ ୨୦୨୦-୨୧ ମସିହାରେ ୫ ହଜାର ୨୯୬ କୋଟି ଦିଆଯାଇଛି।

୨୦୨୧-୨୨ ମସିହାରେ ପ୍ରଥମେ ୫ ହଜାର ୯୨୧ କୋଟି ଟଙ୍କା ଓ ପରେ ୫୫୦ କୋଟି ଦିଆ ଯାଇଥିଲା । ସେହିପରି ୨୦୨୧-୨୨ ମସିହାରେ ମୋଟ ୬,୪୭୧ କୋଟି ଦିଆଯାଇବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

“ରେଳ ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ। କଳାହାଣ୍ଡି ରେଳ ୱାଗନ ଫ୍ୟାକ୍ଟ୍ରି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ପ୍ରତିଶତ ଜମି ଅଧିଗ୍ରହଣ କରାଯାଇଛି। ରାଜ୍ୟ ଜମି ଦେଲେ କାମ ଆରମ୍ଭ ହେବ”, କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

Comment