ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟରେ ସବୁବର୍ଗଙ୍କୁ ଗୁରୁତ୍ଵ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। 

  • ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ବଜେଟରେ ଶିକ୍ଷା, କୃଷି, ପ୍ରତିରକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ କ୍ଷେତ୍ର ଉପରେ ଗୁରୁତ୍ୱ
  • ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ
  • ପ୍ରଧାନମନ୍ତ୍ରୀ ଇ-ବିଦ୍ୟା କାର୍ଯ୍ୟକ୍ରମ ଅଧୀନରେ ‘ୱାନ୍‌ କ୍ଲାସ୍‌ ୱାନ୍‌ ଟିଭି ଚ୍ୟାନେଲ’ ବ୍ୟବସ୍ଥାର ସଂପ୍ରସାରଣ
  • ସ୍କୁଲର ସମସ୍ତ ଶ୍ରେଣୀଗୃହରେ ଲାଗିବ ଟିଭି, ପିଲା ପଢ଼ିବେ ପାଠ
  • ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଧୁନିକୀକରଣ କରାଯିବ
  • ୨୦୨୨-୨୩ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଚଳନ ହେବ ‘ଡିଜିଟାଲ ଟଙ୍କା’
  • ଦେଶର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ‘ଡିଜିଟାଲ ଟଙ୍କା’
  • ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ୩.୮୫ ଲକ୍ଷ କୋଟିର ବ୍ୟୟବରାଦ
  • ବଜେଟରେ ଚାଷ ଏବଂ ଚାଷୀମାନଙ୍କ ବିକାଶ ଉପରେ ଫୋକସ୍‌
  • ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଁ ୨.୩୭ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା
  • ୨୦୨୨-୨୩ ବର୍ଷକୁ ଅନ୍ତର୍ଜାତୀୟ ବାଜରା ବର୍ଷ ଭାବେ ଘୋଷଣା
  • ଖାଇବା ତେଲ ଆମଦାନି କମାଇବା ଲାଗି ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ଲାଗି ମିଳିବ ପ୍ରୋତ୍ସାହନ
  • ଚାଷଜମିରେ କୀଟନାଶକ ପ୍ରୟୋଗ, ଜମି ମାପଚୁପ, ଶସ୍ୟ ପରିମାଣ ଆକଳନ ଲାଗି ‘କିଷାନ୍ ଡ୍ରୋନ୍’ ଉପଯୋଗ ହେବ
  • ନଦୀ ସଂଯୋଗ ଯୋଜନାରେ ୫ଟି ନଦୀର ସଂଯୋଗ ଲାଗି ଚିଠାପ୍ରସ୍ତାବ ଚୂଡ଼ାନ୍ତ। କେନ୍ ବେଟୱା ନଦୀ ସଂଯୋଗ ପ୍ରକଳ୍ପ ଲାଗି ୪୪,୬୦୫ କୋଟି ବ୍ୟୟବରାଦ
  • ଗଙ୍ଗା କରିଡରରେ ପ୍ରାକୃତିକ କୃଷିକୁ ଦିଆଯିବ ପ୍ରୋତ୍ସାହନ
  • ୨୦୨୫ ସୁଦ୍ଧା ସବୁ ଗାଁକୁ ପହଞ୍ଚିବ ଇଣ୍ଟରନେଟ୍‌, ଭାରତ ନେଟ ପ୍ରୋଜେକ୍ଟ ଜରିଆରେ ବିଛାଯିବ ଫାଇବର
  • ଜାନୁଆରୀ ମାସରେ ୧,୪୦,୯୮୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି
  • ଭାରତରେ ୫-ଜି ସେବା ପାଇଁ ୨୦୨୨-୨୩ ବର୍ଷରେ ସ୍ପେକ୍ଟ୍ରମ ନିଲାମୀ ହେବ
  • ସାଧାରଣ ଲୋକଙ୍କ ସୁବିଧା ପାଇଁ ଚଳିତ ବର୍ଷରୁ ଇ-ପାର୍ସପୋର୍ଟ ଜାରି କରାଯିବ
  • ଡାକଘରେ ଆରମ୍ଭ ହେବ କୋର ବ୍ୟାଙ୍କିଂ ସେବା
  • ଅନଲାଇନ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ, ଅନଲାଇନ କାରବାର ସୁବିଧା ମିଳିବ
  • ରାଜ୍ୟ ମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ
  • ୫୦ ବର୍ଷ ପାଇଁ ବିନା ସୁଧରେ ରାଜ୍ୟକୁ ଋଣ ସୁବିଧା
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ, ଏଥିପାଇଁ ୪୮ ହଜାର କୋଟି ଦିଆଯିବ
  • ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚିବ। ଏଥିପାଇଁ ଖର୍ଚ୍ଚ ହେବ ୬୦ ହଜାର କୋଟି
  • ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା
  • ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହାସହ ଅତିରିକ୍ତ ୩୦ ଲକ୍ଷ ନିଯୁକ୍ତି କ୍ଷମତା ସୃଷ୍ଟି ପାଇଁ ଲକ୍ଷ୍ୟ
  • ଗୋଟିଏ ବର୍ଷରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ ଲକ୍ଷ୍ୟ, ଏଥିପାଇଁ ଖର୍ଚ୍ଚ ହେବ ୨୦ ହଜାର କୋଟି
  • ଦେଶରେ ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଗଡ଼ିବ
  • ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଆୟକର ଛାଡ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ
  • କମିଲା କର୍ପୋରେଟ ଟିକସ ହାର, ୧୮ ପ୍ରତିଶତରୁ ଏହା ହ୍ରାସ ପାଇ ୧୫ ପ୍ରତିଶତ ହେଲା
  • କର୍ପୋରେଟ ଟିକସ ଉପରେ ହ୍ରାସ ହେଲା ସରଚାର୍ଜ, ୭ ପ୍ରତିଶତକୁ ଖସିଲା
  • କର୍ପୋରେଟ ଟିକସ ସୀମା ୧୦ କୋଟିକୁ ବୃଦ୍ଧି
  • ଆୟକର ରିଟର୍ଣ୍ଣ ତ୍ରୁଟି ସୁଧାରିବାକୁ ମିଳିବ ସୁଯୋଗ, ୨ ବର୍ଷର ମିଳିବ ମହଲତ
  • ଏନପିଏସରେ କେନ୍ଦ୍ର ଓ ରାଜ୍ୟର ଯୋଗଦାନ ୧୪ ପ୍ରତିଶତକୁ ବୃଦ୍ଧି
  • କର୍ମଚାରୀଙ୍କ ପେନସନରେ ଟ୍ୟାକ୍ସ ଛାଡ଼ ଘୋଷଣା
  • କ୍ରିପଟୋ କରେନ୍ସି ଆୟ ଉପରେ ୩୦ ପ୍ରତିଶତ ଟିକସ

Comment