ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧ ତାରିଖ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟରେ ରେଳ ମନ୍ତ୍ରାଳୟ ପାଇଁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପୂର୍ବତଟ ରେଳ ଭିତ୍ତିଭୂମୀ ବିକାଶ ପାଇଁ ୫,୦୬୩.୦୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ତେବେ କେଉଁ ପ୍ରକଳ୍ପ ପାଇଁ କେତେ ରହିଛି ଆସନ୍ତୁ ଜାଣିବା।

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କାର ଅନୁଦାନ ଦିଆଯାଇଛି।

ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନୁଗୁଳ଼-ସୁକିନ୍ଦା ରେଳ ଲାଇନ୍ ପାଇଁ ୪୭୫ କୋଟି ଟଙ୍କା ରହିଛି। ସେହିପରି ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୩୫ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

କେନ୍ଦ୍ର ବଜେଟରେ ଓଡ଼ିଶାରେ ରେଳର ବିକାଶ ନିମନ୍ତେ ଜୟପୁର-ମାଲକାନଗିରି ଲାଇନ ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା ଦିଆଯାଇଛି। ନୌପଡ଼ା-ଗୁଣପୁର-ଥେରୁବାଲି ରେଳ ଲାଇନର ପାଇଁ ୧୦ କୋଟି ଟଙ୍କାର ଅନୁଦାନ ରହିଛି। ବୃନ୍ଦାମଳ-ଝାରସୁଗୁଡ଼ା ଫ୍ଲାଏ ଓଭର ସଂଯୋଜ ପାଇଁ ୨୦ କୋଟି ଟଙ୍କା ରହିଛି।

ସମ୍ବୁଲପୁର-ତାଲଚେର ରେଳ ଲାଇନ ପାଇଁ ୧୭୨ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ରହିଥିବାବେଳେ ସମ୍ବଲପୁର-ଟିଟଲାଗଡ଼ ରେଳ ଲାଇନ ପାଇଁ ରହିଛି ୭୯ କୋଟି ୫୦ ଲକ୍ଷ ଟଙ୍କା। ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଞ୍ଜୁରୀ ମିଳିଛି।   ଏଥିପାଇଁ କୌଣସି ବ୍ୟୟ ବରାଦ ହୋଇନାହିଁ।

ସେହିପରି ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଳ ଲାଇନ ପାଇଁ ୧୬୪ କୋଟି ଟଙ୍କା ରହିଥିବାବେଳେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପାଇଁ ରହିଛି ୩୫୧ କୋଟି ଟଙ୍କା। ବାଂଶପାଣୀ-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ ପାଇଁ ୩୦୦ କୋଟି ଟଙ୍କା ଅନୁଦାନ ରହିଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କାର ଅନୁଦାନ ଦିଆଯାଇଛି।

ଜଗଦଲପୁର-କୋରାପୁଟ ପାଇଁ ୨୪୮.୭୫ କୋଟି ଟଙ୍କା ଅନୁଦାନ ରହିଥିବାବେଳେ ବିଜୟନଗରମ-ସମ୍ବଲପୁର(ଟିଟଲାଗଡ଼) ପାଇଁ ୯୬୧ କୋଟି ଟଙ୍କା ରହିଛି। ଜରପଡ଼ା-ବୁଢ଼ାପଙ୍କ ସହ ତାଳଚେର ରାସ୍ତା ଫ୍ଲଏଓଭରର ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପାଇଁ ୪୧୭ କୋଟି ଟଙ୍କା ଅନୁଦାନ ରହିଛି।

ବୁଢ଼ାପଙ୍କ-ସାଲେଗାଁ ଭାୟା ରଜତଗଡ଼ ପାଇଁ ୫୧୦ କୋଟି ଟଙ୍କା ରହିଥିବାବେଳେ ଭଦ୍ରକ-ବିଜୟନଗରମ ତୃତୀୟ ରେଳ ଲାଇନ ପାଇଁ ୧ କୋଟି ଟଙ୍କା ରହିଛି।ସେହିପରି କୋଟାବଲାସା-କୋରାପୁଟ ରେଳ ଲାଇନ ପାଇଁ ୩୪୮ କୋଟି ଟଙ୍କା ଅନୁଦାନ ରହିଥିବାବେଳେ ଖୋର୍ଦ୍ଧା ରୋଡ଼, ବିଜୟନଗରମ(ଅରଗୁଳ-ହରିପୁରଗ୍ରାମ)-ବାଇପାସ ପାଇଁ ୨.୧୪ କୋଟ ଟଙ୍କା ରହିଛି।

Comment