ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ବଲିଉଡରେ ଏମିତି କିଛି ବଡ଼ ଫିଲ୍ମ ରିଲିଜ୍‌ ହୋଇଥିଲା, ଯାହା ଦର୍ଶକଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ସୃଷ୍ଟି କରିଥିଲା। ଏସବୁ ଫିଲ୍ମ ରିଲିଜ୍‌ ହେବା ଆଗରୁ ଦର୍ଶକ ତାଙ୍କୁ ଦେଖିବାକୁ ଚାତକ ପରି ଅନେଇ ରହିଥିଲେ। ଏହି ବିଗ୍‌ ବଜେଟ୍‌ ସିନେମାଗୁଡ଼ିକ କିନ୍ତୁ ରିଲିଜ୍‌ ହେବା ପରେ ଦର୍ଶକଙ୍କ ଦ୍ୱାରା ପସନ୍ଦ କରାଯାଇ ନଥିଲା।, ଜାଣନ୍ତୁ ସେହି ବିଗ୍‌ ବଜେଟ୍‌ ହିନ୍ଦୀ ସିନେମାଗୁଡ଼ିକ ବିଷୟରେ…

ରେସ୍‌-୩

ଗତ କିଛି ବର୍ଷ ହେବ ଲଗାତାର ସୁପରହିଟ୍‌ ଫିଲ୍ମ ଦେଉଥିବା ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ‘ରେସ୍‌-୩’କୁ ବକ୍ସ ଅଫିସ୍‌ରେ ଜବରଦସ୍ତ ଓପନିଂ ମିଳିଥିଲା। କିନ୍ତୁ ଫାର୍ଷ୍ଟ ଶୋ’ ଦେଖିବା ପରେ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହି ଫିଲ୍ମର ଆଡଭାନ୍ସ ଓପନିଂ କାରଣରୁ ବକ୍ସ ଅଫିସରେ ଶହେ କୋଟି ଆୟ କରିଥିଲା। ମାତ୍ର ପରେ ସୁପରଫ୍ଲପ୍‌ର ଆଖ୍ୟା ଫାଇଲା। ‘ରେସ୍‌-୩’କୁ ନା ସମୀକ୍ଷକମାନେ ପସନ୍ଦ କରିଲେ, ନା ମିଳିଲା ଦର୍ଶକଙ୍କ ଭଲ ପାଇବା। ଏହି ଫିଲ୍ମରେ ସଲମାନ୍‌ ଖାନଙ୍କ ବ୍ୟତୀତ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଅନିଲ କପୁର, ବବି ଦେଓଲ ଓ ଡେଜି ଶାହ ପ୍ରମୁଖ ନଜର ଆସିଥିଲେ।

ଠଗ୍‌ସ ଅଫ୍ ହିନ୍ଦୋସ୍ତାନ

ସବୁବେଳେ ଭିନ୍ନ ଧରଣର କାହାଣୀ ନେଇ ପରଦାକୁ ଆସୁଥିବା ଓ ହିଟ୍‌ର ଗ୍ୟାରେଣ୍ଟି ବୋଲି କୁହାଯାଉଥିବା ଅମୀର ଖାନ୍‌ ବି ୨୦୧୮ରେ ଫେଲ୍ ମାରିଲେ। ୨୦୧୮ରେ ତାଙ୍କ ଅଭିନୀତ ‘୦ଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ ବକ୍ସ ଅଫିସ୍‌ରେ ସୁପରଫ୍ଲପ୍‌ ସାବ୍ୟସ୍ତ ହେଲା। ଏହି ଫିଲ୍ମକୁ ବି ମିଳିଲାନି ସମୀକ୍ଷକଙ୍କ ପ୍ରଶଂସା କି ଦର୍ଶକଙ୍କ ସହାୟତା। ଏଥିରେ ଅମୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ କାଟ୍ରିନା କୈଫ୍ ମଧ୍ୟ ଅଭିନୟ କରିଥିଲେ।

ସାହେବ ବିବି ଔର୍‌ ଗ୍ୟାଙ୍ଗଷ୍ଟର୍‌-୩

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ତିଗ୍‌ମାଂଶୁ ଧୂଲିଆ ୨୦୧୧ରେ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟର’ ଓ ୨୦୧୩ରେ ଏହାର ସିକ୍ୱେଲ୍‌ ତିଆରି କରିଥିଲେ। ଉଭୟ ଫିଲ୍ମ ସୁପରହିଟ୍‌ ହୋଇଥିଲା। ହେଲେ ‘ସାହେବ ବିବି ଔର୍‌ ଗ୍ୟାଙ୍ଗଷ୍ଟର-୩’ରେ ସଞ୍ଜୟ ଦତ୍ତ ଆସିବା ପରେ ଦର୍ଶକ ଭାବିଥିଲେ ଏହା ଏକ ଭଲ ସିନେମା ହୋଇଥିବ। କିନ୍ତୁ କାହାଣୀ ଦର୍ଶକଙ୍କ ମନକୁ ଛୁଇଁଲାନି। ଫଳତଃ ଏହା ସୁପରଫ୍ଲପ୍‌ ହେଲା।

ହାପି ଫିର୍‌ ଭାଗ୍‌ ଜାଏଗି

ଛୋଟ ବଜେଟର ସିନେମା ‘ହାପି ଭାଗ୍ ଜାଏଗି’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ହେଲେ ଏହାର ସିକ୍ୱେଲ୍‌ ‘ହାପି ଫିର୍‌ ଭାଗ୍ ଜାଏଗି’ ଦର୍ଶକଙ୍କ ମନକୁ କିଣି ପାରି ନଥିଲା। ଏଥିରେ ସୋନାକ୍ଷୀ ସିହ୍ନା ବି ନଜର ଆସିଥିଲେ। ଫିଲ୍ମଟି ସୁପରଫ୍ଲପ୍‌ ହେଲା।

ବିଶ୍ୱରୂପମ୍‌-୨

ଦମ୍‌ଦାର ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ୍‌’ ୨୦୧୩ରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ଦର୍ଶକ କମଲ ହାସନଙ୍କୁ କେତେକ ନୂଆ ରୂପରେ ଦେଖି ପସନ୍ଦ କରିଥିଲେ। କିନ୍ତୁ ଏହାର ସିକ୍ୱେଲ୍‌ ‘ବିଶ୍ୱରୂପମ୍‌-୨’କୁ ଦର୍ଶକ ପସନ୍ଦ କରିଲେ ନାହିଁ। ଏହି କାରଣରୁ ଏହା ସୁପରଫ୍ଲପ୍‌ ହେଲା।

Comment