ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ଦିନିକିଆ ସିରିଜରେ ହରାଇବା ପରେ ଟିମ ଇଣ୍ଡିଆର ଲକ୍ଷ୍ୟ ବର୍ତ୍ତମାନ ଟି-୨୦ ସିରିଜ ଉପରେ। ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଟି-୨୦ ସିରିଜ। ସିରିଜ ଜିତିବା ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଦିନ ୧୨.୩୦ରେ ଆରମ୍ଭ ହେବ।

ଏହି ସିରିଜରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ଆଗାମୀ ଅଷ୍ଟ୍ରେଲିଆ ମ୍ୟାଚକୁ ଦୃଷ୍ଟିରେ ରଖି ବସିସିଆଇ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଛି। ନ୍ୟୁଜିଲାଣ୍ଡ ମାଟିରେ ଘରୋଇ ଦଳକୁ ୪-୧ରେ ହରାଇବା ପରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜକୁ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ଖେଳିବ।

ଟିମ୍‌ ଇଣ୍ଡିଆର ଅନୁଭବୀ ବ୍ୟାଟ୍ସମ୍ୟାନ ଏମ୍‌ଏସ୍‌ ଧୋନୀଙ୍କ ଲେଉଟାଣି ଟିମ୍‌ ଇଣ୍ଡିଆ ପାଇଁ ପାଇଦା ଭାବେ କାମ କରିବ। ଏହା ପୂର୍ବରୁ ଧୋନୀ ୨୦୧୮ ଜୁଲାଇରେ ଟି-୨୦ ମ୍ୟାଚ ଖେଳିଥିଲେ। ସେହିପରି ଅଲରାଉଣ୍ଡର ଦିନେଶ କାର୍ତ୍ତିକଙ୍କ ପାଇଁ ଏହି ଟି-୨୦ ଭଲ ମଉକା ହୋଇପାରେ। ଭଲ ଫିନିସର ଭାବେ ଦିନେଶ କାର୍ତ୍ତିକ ଜଣାଶୁଣା

ଅନ୍ୟପକ୍ଷରେ ଦିନିକିଆ ସିରିଜ ହାରିଥିବାରୁ  ନ୍ୟୁଜିଲାଣ୍ଡ ଦଳ ଟି-୨୦ରେ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ତେବେ ଦଳ ପାଖରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଟିନ ଗପ୍ଟିଲ୍ ନଥିବାରୁ, ଦଳ ନିଶ୍ଚିତ ଚାପରେ ରହିବ। ଗପ୍ଟିଲଙ୍କ ବଦଳରେ କଲିନ୍ ମନରୋ ଓ ହେନେରୀ ନିକୋଲସ ଓପନ କରିବାର ସମ୍ଭାବନା ରହିଛି।

ଟିମ୍ ଇଣ୍ଡିଆ

ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, କେଦାର ଯାଦବ, ଏମ୍ଏସ୍ ଧୋନି(ୱି), କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ, ଖଲୀଲ ଅହମ୍ମଦ, ଶୁଭମନ ଗିଲ, ବିଜୟ ଶଙ୍କର ଓ ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ ଟିମ

କେନ୍ ୱିଲିୟମସନ(ଅଧିନାୟକ), ଡଗ୍ ବ୍ରେସୱେଲ, କଲିନ ଡି ଗ୍ରାଣ୍ଡହୋମ, ଲୁକି ଫରଗୁସନ, ସ୍କଟ କୁଙ୍ଗିଲେଜିନ, କଲିନ୍ ମନରୋ, ଡି ମିଚେଲ, ମିଚେଲ ସାଣ୍ଟନର, ଟିମ୍ ସେଫର୍ଟ, ଈଶ ଶୋଢ଼ି, ଟିମ ସାଉଦି, ରସ ଟେଲର, ବାଲାଇର ଟିକନେଟ ଓ ଜିମ୍ମି ନୀଶମ।

ନ୍ୟୁଜିଲାଣ୍ଡ ୱେଲିଂଟନର ୱେଷ୍ଟପାର୍କ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ଦିନ ୧୨.୩୦ରେ ଆରମ୍ଭ ହେବ।

Comment