ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ବିଧିବଦ୍ଧ ଭାବରେ ବୁଧବାର ଦିନ ବିଜେଡିରେ ଯୋଗ ଦେବେ।
ଯୋଗେଶ ନିଜ ସମର୍ଥକଙ୍କ ସହିତ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ବିଜେଡିରେ ସାମିଲ ହେବା ନେଇ ସୂଚନା ମିଳିଛି।
ପ୍ରଥମେ କଂଗ୍ରେସ, ଦଳ ବିରୋଧୀ କାମ ଯୋଗୁଁ ଯୋଗେଶଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହାର କିଛିଦିନ ପରେ ସେ ବିଧାୟକ ପଦରୁ ଇସ୍ଥଫା ଦେଇଥିଲେ।

















