ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ୍‌ର ଠିକଣା ବଦଳିଛି। ପାଟଣାଗଡ ଉପକାରଗାରରୁ ବଲାଙ୍ଗିର ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ହେଲା ପୁଞ୍ଜିଲାଲ୍‌।

ଜେଲରେ ଗଣ୍ଡୋଗୋଳ କେନ୍ଦ୍ରରେ ସ୍ଥାନାନ୍ତର ନେଇ ଏସଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

କିଛିଦିନ ତଳେ ପୁଞ୍ଜିଲାଲ୍‌ ପାଟଣାଗଡ ଜେଲରୁ ଖସିବାକୁ ଉଦ୍ୟମ କରିଥିଲା। ଏହା ସହିତ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ନେଇ କଏଦୀଙ୍କୁ ଉସୁକାଇ ଅନଶନ କରାଇଥିଲା।

ଯାହାପରେ ପୁଞ୍ଜିଲାଲକୁ ସ୍ଥାନାନ୍ତର ନେଇ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ବଲାଙ୍ଗିର ଜେଲରେ ପୂର୍ବରୁ ସୁଶାନ୍ତ ଧଳ ସାମନ୍ତ ସହ କିଛି ହାର୍ଡକୋର ଅପରାଧୀ ରହୁଛନ୍ତି। ପୁଞ୍ଜିଲାଲ୍‌ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର ହେବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here