ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା’ରେ ଏଣିକି ଶାହିର ଶେଖ୍‌ ଓ ରୀହା ଶର୍ମାଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଷ୍ଟାରପ୍ଲସରେ ଦୀର୍ଘ ଦିନରୁ ଚାଲି ଆସୁଥିବା ଲୋକପ୍ରିୟ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ରେ ଏବେ ନୂଆ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ସରିଏଲରେ ମଧ୍ୟ କିଛି ପରିବର୍ତ୍ତନ ହେବ। ସିରିଏଲରେ କିଛି ବର୍ଷର ବ୍ୟବଧାନ ପରେ ପୁଣି ଏକ ନୂଆ କାହାଣୀ ଓ ନୂଆ କଳାକାରଙ୍କୁ ନେଇ  ସିରିଏଲର ଗତିଶୀଳ ହେବ।

ଏବେ ସିରିଏଲରେ ମୁଖ୍ୟ ଚରିତ୍ରରେ ଅଭିନେତା ଶାହିର ଶେଖ୍‌ ଓ ଅଭିନେତ୍ରୀ ରୀହା ଶର୍ମାଙ୍କୁ ଦେଖିବାକୁ ମିଳିବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସିରିଏଲର ଆଗାମୀ କାହାଣୀ, ଚରିତ୍ର ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ ହୋଇନାହିଁ।

ଏହା ପୂର୍ବରୁ ଶାହିର ଶେଖ ‘ଦାସ୍ତାନେ ଇଶ୍କ ସଲିମ୍‌ ଅନାରକଲି’ରେ ସଲିମ ଭୂମିକାରେ ନଜର ଆସିଥିଲେ। ଟେଲିଭିଜନରେ ଶାହିରଙ୍କ ଲୋକପ୍ରିୟତା ବେଶ୍‌ ଉପରେ ରହିଛି। ସେ ଅନେକ ଲୋକପ୍ରିୟ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ରୀହା ଶର୍ମା ମଧ୍ୟ ଟେଲିଭିଜନ ଜଗତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କୁ ପୂର୍ବରୁ ‘ତୁ ସୁରଜ ମେ ଚାନ୍ଦ ପୀୟାଜୀ’ରେ ଦେଖିବାକୁ ମିଳିଥିଲା।

ଦୁଇ ଲୋକପ୍ରିୟ କଳାକାରଙ୍କୁ ନେଇ ସିରିଏଲଟି ଆଗାମୀ ଦିନରେ ଆହୁରି ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି।

Comment