ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଗୃହରେ ହୋହାଲ୍ଲା ଓ ନାରାବାଜୀ କରିଛନ୍ତି। ପ୍ରଥମେ ଗୃହକୁ ୧୧.୩୦ ଓ ପରେ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଅନ୍ୟପଟେ ଗୃହ ସ୍ୱାଭାବିକ କରିବା ଲାଗି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ।
ଗତ ୪ତାରିଖରୁ ଅଧିବେଶନ ଆରମ୍ଭ ହୋଇଥିଲା ସୁଦ୍ଧା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ଦିନ ବିଧାନସଭା ଠିକ ଭାବେ ଚାଲି ପାରିନାହିଁ।
ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟରେ ଆଲୋଚନା ଗୃହରେ ବାଧାପ୍ରାପ୍ତ ହୋଇଛି।















