ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାଜି ମାରିଲା ବିଜେପି। ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି।

ଏହି ବିଜୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ଏହି ବିଜୟ ଐତିହାସିକ। ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ।”

ସେ ଆହୁରି କହିଥିଲେ, ନାରୀ, ଯୁବଗୋଷ୍ଠୀ, କୃଷକ ଓ ଗରିବ ଲୋକମାନଙ୍କର ବିକାଶରେ ଦେଶର ବିକାଶ ହେବ। ଏହି ବିଜୟ କେବଳ ସେମାନଙ୍କ ପାଇଁ ସମ୍ଭବ ହେଇଛି। ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି ଯେ ଦେଶର ଯୁବବର୍ଗ କେବଳ ବିକାଶ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜସ୍ଥାନ ହେଉ କି ଛତିଶଗଡ଼, କିମ୍ବା ତେଲେଙ୍ଗାନା, ଯେଉଁଠି ସରକାର ଯୁବବର୍ଗଙ୍କ ବିରୋଧରେ କାମ କରିଛନ୍ତି, ସେ ସରକାର କ୍ଷମତାରୁ ଦୂରେଇ ଯାଇଛନ୍ତି।ଆଗକୁ ମଧ୍ୟ ଲୋକଙ୍କ ସମର୍ଥନ ସାଉଁଟିବ ବିଜେପି।”

ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ବିଭିନ୍ନ ରାଜ୍ୟରେ ଉତ୍ସବ ପାଳନ କରିଛି ବିଜେପି।

Tags: #AssemblyElections #Result #Politics #India

Comment