ଓଡ଼ିଶାଲାଇଭ୍ ବ୍ୟୁରୋ
ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥିଲାବେଳେ ଏହା ତ୍ୱଚା ପାଇଁ ମଧ୍ୟ ବେଶ୍ ଲାଭଦାୟୀ ହୋଇଥାଏ। ଏହା ତ୍ୱଚାରେ ଚମକ ଆଣିଥାଏ।
ଜାଣନ୍ତୁ କିପରି କରିବେ ପ୍ରୟୋଗ-
ଦୁଇଟି ବଡ଼ ଖଣ୍ଡ ପାଚିଲା ଅମୃତଭଣ୍ଡାକୁ ଏକ ଚାମଚ ମହୁ ଏକ ଚାମଚ କ୍ଷୀର ସହ ମିଶାଇ ମୁହଁରେ ଲଗାନ୍ତୁ। ପାଖାପାଖି ୨୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏଥିରେ ଆପଣ ଚନ୍ଦନ ବି ମିଶାଇ ପାରିବେ।
ବ୍ରଣ ହେଉଥିଲେ ପାଚିଲା ଅମୃତଭଣ୍ଡା ସହ ମୁଲତାନୀ ମାଟି ମିଶାଇ ଲଗାନ୍ତୁ। ମୁହଁରେ ଏହା ସମ୍ପୂର୍ଣ୍ଣ ଶୁଖିଯିବା ପରେ ଧୋଇ ଦିଅନ୍ତୁ। ଏଭଳି ନିୟମିତ ଲଗାଇଲେ ବ୍ରଣ ସମସ୍ୟା ଦୂର ହୋଇଥାଏ।
ଆଲୋବେରା ଓ ପାଚିଲା ଅମୃତଭଣ୍ଡାର ମିଶ୍ରଣ ଲଗାଇଲେ ଏହା ସବୁ ପ୍ରକାର ତ୍ୱଚା ସମସ୍ୟା ଦୂର କରିଥାଏ।
କଳା ଦାଗ ସମସ୍ୟା ଦୂର କରିବା ପାଇଁ ପାଚିଲା ଅମୃତଭଣ୍ଡା ସହ ଲେମ୍ବୁ ରସ ମିଶାଇ ଲଗାନ୍ତୁ। କୋଡିଏ ମିନିଟ୍ ପରେ ଧୋଇ ଦିଅନ୍ତୁ।