ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନରେ ରହୁଥିବା ଜଣେ ମହିଳାଙ୍କ ଅଜବ କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ପୋଷାକ ସଫା କରିବା ପରେ ଯେଉଁ କାମ କରୁଥିଲେ, ତାହା ସମସ୍ତଙ୍କ ମନରେ ପ୍ରଥମେ ପ୍ରଶ୍ନ ସୃଷ୍ଟି କରିଥିଲା। କିନ୍ତୁ ଏହାର କାରଣ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଲଣ୍ଡନରେ ରହୁଥିବା ଷ୍ଟେଲୋ ନାମକ ଜଣେ ମହିଳା ପ୍ରତିଦିନ ପୋଷାକ ସଫା କରି ୱାସିଂ ମେସିନରେ ଶୁଖାଉଥିଲେ। ଶୁଖାଇବା ପୂର୍ବରୁ ସେ ପୋଷାକରେ ୩ ଖଣ୍ଡ ବରଫ ପକାଉଥିଲେ। କିଛି ଦିନ ଷ୍ଟେଲୋଙ୍କୁ ଏପରି କରୁଥିବାର ଦେଖି ତାଙ୍କ ପଡ଼ୋଶୀ ଏହାକୁ ପ୍ରଥମେ ବୁଝି ପାରିନଥିଲେ। ତାଙ୍କୁ ଏହା ପଛର କାରଣ ପଚାରିଥିଲେ। ଏହାର ଉତ୍ତର ରଖି ମହିଳା କହିଥିଲେ, ପ୍ରତିଦିନ ଆମେ ବହୁତ ପୋଷାକ ସଫା କରି ଥାଉ।

ଏହାପରେ ଏହାକୁ ଶୁଖାଇବା ସହ କଡ଼ା ଆଇରନ କରିଥାଉ। ଯାହା ଦ୍ୱାରା ଆମର ଅନେକ ସମୟ ନଷ୍ଟ ହୋଇଥାଏ। ସେଥିପାଇଁ ମୁଁ ଶୁଖାଇବା ସମୟରେ ୩ ଖଣ୍ଡ ବରଫ ପକାଇ ଦେଇଥାଏ। ଯାହା ଦ୍ୱାରା କପଡ଼ାରେ ଭାଙ୍ଗ ପଡ଼ି ନଥାଏ ଏବଂ ମୋର ଆଇରନ୍ କରିବାରେ ନଷ୍ଟ ହେଉଥିବା ସମୟ ବଞ୍ଚି ଯାଇଥାଏ। ଷ୍ଟେଲୋଙ୍କ କଥା ଶୁଣି ତାଙ୍କ ପଡ଼ୋଶୀ ତାଙ୍କୁ ପ୍ରଶଂସା କରିବା ସହ ଏବେ ସୋସିଆଲ ମିଡିଆରେ ମଧ୍ୟ ଷ୍ଟେଲୋଙ୍କ ଚତୁରପଣକୁ ପ୍ରଶଂସା କରାଯାଉଛି।

Comment