ଓଡ଼ିଶାଲାଇଭ୍ ବ୍ୟୁରୋ

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ମାଧ୍ୟମରେ ଶନିବାର ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଣ୍ଟ ଓ କଲଚରାଲ୍ ସୋସାଇଟିରେ ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି।

ଅଭାବୀଙ୍କୁ ଖଣ୍ଡେ ବସ୍ତ୍ର ଓ ଗୋଟେ ଛତା ପ୍ରଦାନ କରି ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ପ୍ରୟାସ କରାଯାଇଥିଲା। ଗତ ୬ ବର୍ଷ ଧରି ଏହି ବସ୍ତ୍ର ବଣ୍ଟନ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଆସୁଛି। ପୂର୍ବ ବର୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ବସ୍ତ୍ର ବଣ୍ଟନ କରାଯାଇଥିଲା।

ଏହି ବଣ୍ଟନ କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ନଂ-୩୪ ୱାର୍ଡ କର୍ପୋରେଟର ପୁଷ୍ପାଞ୍ଜଳୀ ସେଠୀ, ନରେନ୍ଦ୍ର କୁମାର ସେଠୀ, ରୁଦ୍ରାକ୍ଷ ପାଣିଗ୍ରାହୀ, ରାଜେନ୍ଦ୍ର ଆଚାର୍ଯ୍ୟ, ଜୋଷିକା ବୋଷ, ତାପି ମିଶ୍ର ଓ ‘ଉଡ୍ର’ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Tags: #Udra #CharitableTrust #Umbrella #Clothes #NeedyPeople

Comment