ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ବଡ଼ଦିନ ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ବଡ଼ଦିନ ବଡ଼ସ୍ୱପ୍ନ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଜୁଏଲ୍‍ସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟଠାରେ ସୋମବାର ଦିନ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସମାଜରେ ଅବହେଳିତ ହୋଇରହିଥିବା ପିଲାମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ‘ଉଡ୍ର’ ପକ୍ଷରୁ ଏହିଭଳି ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ଏକ ମ୍ୟାଜିକ୍ ସୋ’ର ଆୟୋଜନ କରାଯାଇଥିଲା। ଜୁଏଲ୍‍ସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟ ସମସ୍ତ ପିଲା ଏବଂ ସଦସ୍ୟମାନେ ମ୍ୟାଜିକ୍ ସୋ’ର ଭରପୂର ମଜା ଉଠାଇଥିଲେ।

କେବଳ ସେତିକି ନୁହେଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ସାଣ୍ଟା ବେଶରେ ପିଲାମାନଙ୍କୁ ସରପ୍ରାଇଜ ଗିଫ୍ଟ ଦେଇ ସେମାନଙ୍କ ମୁହଁରେ ହଟ ଫୁଟାଇବାକୁ ଚେଷ୍ଟା କରିଥିଲେ। ଶେଷରେ ପିଲାମାନଙ୍କ ସହ କେକ କାଟି ସେମାନଙ୍କ ଶୁଭମନାସୀ ଥିଲେ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ପରାମର୍ଶଦାତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ।

ଏହି ଅବସରରେ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡାକ୍ତର ସୂର୍ଯ୍ୟପ୍ରକାଶ ଏସ. ଚୌଧୁରୀ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ଅସିତ ସାହୁ, ପବନ ପାତ୍ରୋ, ବାବୁ ବାବୁ, କିଶୋର ଦାସ, ଭାଗ୍ୟଧର ସାମଲ, ବିଶ୍ୱଜିତ, ତାପସ, ଅଂଶ ଦାସନାୟକ ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

 Tags: #UDRA #UDRACharitableTrust #BadadinaBadaSwopna #AkashDasNayak

Comment