ଓଡ଼ିଶାଲାଇଭ୍ ବ୍ୟୁରୋ

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଗହଣରେ କେକ କାଟି ଜନ୍ମଦିନ ପାଳିଲେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ। ସମସ୍ତଙ୍କୁ କେକ୍ ଖୁଆଇଲେ ଆଉ ମିଠା ମଧ୍ଯ ବାଣ୍ଟିଲେ। ନିଜ ଆତ୍ମୀୟମାନଙ୍କଠାରୁ ଦୂରରେ ରହିଥିବା ବୃଦ୍ଧବୃଦ୍ଧାଙ୍କ ଭାଲମନ୍ଦ ପଚାରି ବୁଝିଥିଲେ। ଅନ୍ତେବାସୀଙ୍କ ମୁହଁରେ ଟିକିଏ ହସ ଭରିବା ଲାଗି ପ୍ରତିବର୍ଷ ଭଳି ଆଜି ମଧ୍ୟ ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି ମୋ କଲେଜ ଅଭିଯାନ ଅଧ୍ୟକ୍ଷ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକ।

ପ୍ରତିବର୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ଆକାଶ ଦାସନାୟକ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ ଏବଂ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ ପାଳନ କରିଆସୁଛନ୍ତି। ଶନିବାର ଦିନ ସେ ନିଜ ଜନ୍ମଦିନ ବରମୁଣ୍ଡା ସୌଭାଗ୍ୟନଗର(୨) ସ୍ଥିତ ଜେରିଆଟ୍ରିକ ସେଣ୍ଟରରେ ଅନ୍ତେବାସୀଙ୍କ ସହିତ ପାଳନ କରିଛନ୍ତି।ଏହି ଅବସରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇ ଅନ୍ତେବାସୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଚକ୍ଷୁ ପରୀକ୍ଷା ପରେ ଅନ୍ତେବାସୀଙ୍କୁ ଆବଶ୍ୟକ ଉପକରଣ ଏବଂ ଔଷଦ ଦିଆଯାଇଥିଲା।

ଜେରିଆଟ୍ରିକ ସେଣ୍ଟରରେ କେକ୍ କାଟି ନିଜର ଜନ୍ମଦିନ ପାଳନ କରିବା ବେଳେ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ତାଙ୍କ ଉପରେ ଆଶୀର୍ବାଦ ଢ଼ାଳି ଦେଇଥିଲେ। ଶୁଭେଚ୍ଛା ଏବଂ ଶୁଭକାନା ଦେବା ସହ ଜନ୍ମଦିନରେ ତାଙ୍କ ଦୀର୍ଘୟୁ କାମନା କରିଥିଲେ ଅନ୍ତେବାସୀ। ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଲାଇବା ଲାଗି ଏହି ପରି ନିଆରା ପ୍ରସାୟ କରିଥିଲେ ଆକାଶ ଦାସନାୟକ।

ଜନ୍ମଦିନ ପାଳନ ଉତ୍ସବରେ ସାମିଲ ହୋଇଥିଲେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଓ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଜୟଶ୍ରୀ ଧଳ, ଦେବୀ ପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ପବନ ପାତ୍ରୋ, ସତ୍ୟ ସୁମନ, କିଶୋର ଦାସ ଓ ଅସିତ ସାହୁ ପ୍ରମୁଖ।

Tags: #AkashDasNayak #BirthdayCelebration #GeriatricCentre #EyeCheckUpCamp #EyeTest

Comment