ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ସୋମବାର ଦିନ ଭୁବନେଶ୍ୱର ବାପୁଜୀନଗରସ୍ଥିତ ପ୍ୟାରିସ ବେକରି ଆଉଟଲେଟାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି।

ଗତ କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟା ଯାଉଛି। ଏଥିରୁ ଲୋକେ ବିଶେଷ ଭାବେ ଉପକୃତ ହେଉଥିବାରୁ ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ‘ଉଡ୍ର’ ପରିବାର ପକ୍ଷରୁ ନିଷ୍ପତ୍ତି ହୋଇଥିବା ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ ଘୋଷଣା କରିଛନ୍ତି।  

ସୋମବାରଠାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, ମୁମ୍ବାଇ, କୋଲକାତା, ପୁଣେ ଏବଂ ହାଇଦ୍ରାବାଦଠାରେ ‘ଉଡ୍ର’ର ସଦସ୍ୟମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ମାଧ୍ୟମରେ ଅଭାବୀ ଲୋକଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଆକାଶ ଦାସ ନାୟକ କହିଛନ୍ତି।

‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ବିଭିନ୍ନ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚାଯାଉଛି। ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ରହିଛି ସେମାନେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ମାଧ୍ୟରେ ଲୋକଙ୍କୁ ସହଯୋଗ କରିପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅତିଥି ଭାବେ ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍‍. ଚୌଧୁରୀ, ପବିନ୍‍ ଅଗ୍ରୱାଲ୍‍, ଡାକ୍ତର ଅମିତ୍ ପାଟଯୋଶୀ, ଅଭିନେତ୍ରୀ ସୁର୍ଯ୍ୟମୟ ପ୍ରମୁଖ ଯୋଗ ଦେଇଥିଲେ। ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ପ୍ୟାରିସ ବେକେରି ଆଉଟଲେଟର ବି ଟି ଭରଦ୍ୱାଜ ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Tags: #UDRACharitableTrust #AkashDasNayak #ThileDiaNathileNia #WinterClothDistribution #Bhubaneswar #Odisha

Comment