ଓଡ଼ିଶାଲାଇଭ୍ ବ୍ୟୁରୋ

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ‘ତାରେ ଜମିନ୍ ପର୍‌’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍‌ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

‘ଉଡ୍ର’ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌କୁ ଆଣିଥିଲେ। ଦିନସାରା ଆୟୋଜିତ କାର୍ଯ୍ୟକ୍ରମରେ ଆଶ୍ରମର ପିଲାମାନେ ସାମିଲ ହୋଇ ସେଠାରେ ଥିବା ଗେମ୍ ଜୋନ୍‌ରେ ଅତ୍ୟାଧୁନିକ ଖେଳର ଭରପୁର ମଜା ଉଠାଇଥିଲେ। ଖେଳସହ ସୁଆଦିଆ ଖାଦ୍ୟର ମଜା ମଧ୍ୟ ନେଇଥିଲେ ପିଲାମାନେ। ଏହି ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ “ଖୁସି ବାଣ୍ଟିଲେ ବଢ଼େ।”

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ବିଭିନ୍ନ ସମୟରେ ଏହିପରି ନିଆର କାର୍ଯ୍ୟକ୍ରମ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇନଥିବା ଏବଂ ଅବହେଳିତ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥାଏ। ଆଶ୍ରମର ପିଲାମାନେ ଏହି କାର୍ଯ୍ୟକ୍ରମରେ ଭରପୁର ମଜା ନେବା ସହ ଖୁସି ମନାଇଥିଲେ। ‘ଉଡ୍ର’ର ଏହି ପ୍ରୟାସକୁ ପିଲାମାନେ ପ୍ରଶଂସା କରିବା ସହ ଅନୁଷ୍ଠାନର ଶୁଭକାମନା କରିଥିଲେ। ଶେଷରେ ପିଲାମାନଙ୍କୁ ବସରେ ନେଇ ଆଶ୍ରମରେ ଛଡ଼ା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଉତ୍କଳ ଗ୍ୟାଲେରିଆର ଡାଇରେକ୍ଟର ପୁର୍ଣ୍ଣିମା ବୈଦ୍ୟ, ମଧୁରମୟୀ ଆଶ୍ରମର ସୁପରିନଟେଣ୍ଡେଣ୍ଟ ନିରୋଜା ଲକ୍ଷ୍ମୀ ମହାପାତ୍ର, ସିନେ ଅଭିନେତ୍ରୀ ପୁନମ ମିଶ୍ର,  ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡକ୍ଟର ସୂର୍ଯ୍ୟ ପ୍ରକାଶ ଏସ୍‌ ଚୌଧୁରୀ, ଆଦିତ୍ୟ ଚୌଧୁରୀ, ବୈଷ୍ଣବ ଭୋଳ, ପୱନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ, ସତ୍ୟ ସୁମନ, ଅମୂଲ୍ୟ ସ୍ୱାଇଁ, ସି ଏ ସମୀର ପରିଜା ଏବଂ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାମାନେ ଉପସ୍ଥିତ ଥିଲେ।

Tags: #UDRA #UDRACharitableTrust #Tarezameenpar #AkashDasNayak

Comment