ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବର୍ଷ ୨୦୧୯ ମନୋରଞ୍ଜନ ଜଗତ ପାଇଁ ଥିଲା ବେଶ୍‌ ରୋମାଞ୍ଚକର। ଏହି ବର୍ଷ ଓଲିଉଡରେ କିଛି ନୂଆ ନାୟକ କମାଲ କରିଥିବା ବେଳେ କିଛି ପପୁଲାର ନାୟକଙ୍କୁ ଦର୍ଶକ ପରଦାରେ ଦେଖିବାକୁ ପାଇଲେ ନାହିଁ। କେଉଁ ଅଭିନେତାଙ୍କୁ ଦର୍ଶକ ଦେଖିବାକୁ ପାଇଲେ ନାହିଁ ଜାଣନ୍ତୁ, ଓଡ଼ିଶାଲାଇଭ୍‌ର ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ।

ଅନୁଭବ ମହାନ୍ତି

ଉଣେଇଶିରେ ଚର୍ଚ୍ଚିତ ଅଭିନେତାଙ୍କ ନାଁ ଉଠିଲେ ଅନୁଭବ ମହାନ୍ତିଙ୍କ ମୁହଁ ସମ୍ନାକୁ ଆସିଯାଏ। ଉଣେଇଶିରେ ଏହି ନାମୀଦାମୀ ହିରୋଙ୍କର କୌଣସି ଫିଲ୍ମ ରିଲିଜ୍‌ ହୋଇ ନଥିଲା। ଅନୁଭବ ଅଭିନେତା ହେବା ସଙ୍ଗେ ସଙ୍ଗେ ରାଜନେତା ବି।

୨୦୧୯ ନିର୍ବାଚନ ବର୍ଷ ଥିବାରୁ ଅନୁଭବଙ୍କୁ କୌଣସି ଫିଲ୍ମ କରିବାକୁ ଫୁରସତ୍‌ ନଥିଲା। ଅନୁଭବଙ୍କୁ ଦର୍ଶକ ଶେଷ ଥର ପାଇଁ ୨୦୧୮ରେ ଦେଖିଥିଲେ। ଫିଲ୍ମ ପ୍ରେମ୍‌କୁମାରରେ ଦର୍ଶକ ଅନୁଭବଙ୍କୁ ଦେଖିବାକୁ ପାଇଥିଲେ। ଏହାପରେ ସେ କୌଣସି ଫିଲ୍ମ ସାଇନ୍‌ କରି ନାହାନ୍ତି।

ଅରିନ୍ଦମ ରାୟ

୨୦୧୯ରେ ଓଲିଉଡର ଆକ୍ସନ ହିରୋ ଅରିନ୍ଦମ୍‌ ରାୟଙ୍କୁ ଦେଖିବାକୁ ପାଇଲେନି ଦର୍ଶକେ। ଉଣେଇଶିରେ ଅରିନ୍ଦମ୍‌ଙ୍କ କୌଣସି ସିନେମା ରିଲିଜ୍‌ ହୋଇନାହିଁ। ୨୦୧୮ରେ ଅରିନ୍ଦମଙ୍କୁ ‘ଇଶ୍କ ପୁଣି ଥରେ’ରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୀତ ବାବୁ ଭାଇଜାନ୍‌ ଏ ବର୍ଷ ରିଲିଜ୍‌ ହେବାର ଥିଲା, ମାତ୍ର ତାଙ୍କୁ ୨୦୨୦କୁ ଘୁଞ୍ଚାଇ ଦିଅଯାଇଛି।

ଆକାଶ ଦାସ ନାୟକ

ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟକ ଆକାଶଙ୍କ ଏବର୍ଷ କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରିନାହିଁ। ଗତବର୍ଷ ମଧ୍ୟ ତାଙ୍କର କୌଣସି ସିନେମା ପରଦାକୁ ଆସିନାହିଁ। ସେ ଏବେ ତାଙ୍କ ଆଗାମୀ ଫିଲ୍ମ ‘ହିରୋଗିରି’ ପାଇଁ ବ୍ୟସ୍ତ ଅଛନ୍ତି, ଯାହା ୨୦୨୦ରେ ରିଲିଜ୍‌ ହେବ।

୨୦୦୮ରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଆକାଶ। ‘କଳିଙ୍ଗ ପୁତ୍ର’ ଫିଲ୍ମ ମାଧ୍ୟମରେ ସେ ଓଲିଉଡରେ ଡେବ୍ୟୁ କରିଥିଲେ। ସେହିପରି ତାଙ୍କର ଅନ୍ୟ ସୁପରହିଟ୍‌ ଫିଲ୍ମ ମଧ୍ୟରେ ରହିଛି- ‘ସତ୍ୟମେବ ଜୟତେ’, ‘ଶତ୍ରୁ ସଂହାର’, ‘ଶୁଭ ବିବାହ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ଆଲୋ ମୋର କଣ୍ଢେଇ’, ‘ଶପଥ’, ‘ଖିଲାଡ଼ି’, ‘ଧର୍ମ’, ‘ମିତ ବସିଛି ଭୂତ ସାଥୀରେ’, ‘ସଂଗ୍ରାମ’, ‘ତୁ କହିବୁ ନା ମୁଁ’, ‘ଅଗସ୍ତ୍ୟ’ ଓ ‘ଜଷ୍ଟ୍ ମହବତ୍’।

୨୦୧୪ ବିଧାନସଭା ନିର୍ବାଚନରେ ସେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ଏବେ ସେ ରାଜ୍ୟ ସରକାର ମୋ କଲେଜ ଅଭିଯାନର ଅଧ୍ୟକ୍ଷ ରହିଛନ୍ତି।

ବୁଦ୍ଧାଦିତ୍ୟ ମହାନ୍ତି

୨୦୧୯ରେ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ବି ଦର୍ଶକ ଦେଖିବାକୁ ପାଇଲେ ନାହିଁ। ଗତବର୍ଷ ତାଙ୍କ ଅଭିନୀତ ‘ଶ୍ରୀମାନ ସୂରଦାସ’ ମୁକ୍ତିଲାଭ କରିଥିଲା, ହେଲେ ଚଳିତବର୍ଷ ତାଙ୍କର କୌଣସି ଫିଲ୍ମ ରିଲିଜ୍‌ ହୋଇ ନଥିଲା।

LEAVE A REPLY

Please enter your comment!
Please enter your name here