ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାସ୍ତା କଡ଼ରେ ଭିକ ମାଗି ଟଙ୍କା ରୋଜଗାର କରୁଥିବା ଭିକାରିଙ୍କ କଥା ଶୁଣିଥିବେ, କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ଟୁଇଟର୍‌ରେ ଭିକ ମାଗୁଛନ୍ତି। ଭିକ ମାଗି ଲକ୍ଷ ଲକ୍ଷ ଟଙ୍କା କମାଇଥାନ୍ତି ଏବଂ ରାଜକୀୟ ଢଙ୍ଗରେ ନିଜ ଜୀବନକୁ ଉପଭୋଗ କରୁଛନ୍ତି। ତାଙ୍କ ଲାଇଫଷ୍ଟାଇଲକୁ ଦେଖି ବଡରୁ ବଡ ଧନୀ ମଧ୍ୟ ମୁଣ୍ଡରେ ହାତ ଦେଇଛନ୍ତି।

ଟୁଇଟର୍‌ରେ ଭିକ ମାଗି ସବୁ ମାସକୁ ୫ଲକ୍ଷ ଟଙ୍କା ରୋଜଗାର କରୁଥିବା ଏହି ଯୁବକଙ୍କ ନାମ ହେଉଛି ଜୋବନ ହିଲ। ୨୫ ବର୍ଷୀୟ ଜୋବନ ନ୍ୟୂୟର୍କରେ ରୁହନ୍ତି। ଅନଲାଇନ ଭିକ ମାଗିବା ପୂର୍ବରୁ ଜୋବନ ଏକ ରେଷ୍ଟୁରାଣ୍ଟରେ କାମ କରୁଥଲେ। କିନ୍ତୁ ସେ ଏହି ଚାକିରି ଛାଡି ଟୁଇଟର୍‌ରେ ଭିକ ମାଗିବାକୁ ଲାଗିଲେ। ଜୋବନ କୁହନ୍ତି ଯେ ସେ ଟୁଇଟର୍‌ରେ ନିଜର ଫଲୋଓର୍ସଙ୍କୁ ସର୍ଭିସ ପ୍ରୋଭାଇଡ୍ କରନ୍ତି, ତାହା ବଦଳରେ ସେମାନେ ଖୁସି ହୋଇ ତାଙ୍କୁ ଟଙ୍କା ଦିଅନ୍ତି।

ଜୋବନ ନିଜକୁ କୌଣସି ଟିଭି ଷ୍ଟାରଙ୍କ ଠାରୁ କମ୍ ଭାବିନ୍ତି ନାହିଁ। ଜୋବନଙ୍କ ମା’ ଆଇଟି ବିଭାଗରେ କାମ କରନ୍ତି। ଫୋବର୍ସ ଲିଷ୍ଟରେ ସବୁଠାରୁ ଲୋକପ୍ରିୟ ବ୍ୟବସାୟୀ ଭାବରେ ସାମିଲ ହେବା ପାଇଁ ଜୋବନଙ୍କର ସ୍ୱପ୍ନ ରହିଛି।

ଜୋବନ ଟୁଇଟର୍‌ରେ ନିଜର ଫଲୋଅର୍ସଙ୍କ ଠାରୁ ଟଙ୍କା ମାଗିଥାନ୍ତି। ତାଙ୍କର ଟୁଇଟର୍‌ରେ ୧ ଲକ୍ଷ ୧୦ ହଜାର ଫଲୋଅର୍ସ ଅଛନ୍ତି। ତାଙ୍କର କହିବାନୁଯାୟୀ ତାଙ୍କ ଟୁଇଟ୍‌ ଏବଂ ଲାଇଭ୍ ସ୍ଟ୍ରିମିଙ୍ଗ୍ ବହୁତ ମନୋରଞ୍ଜନ ହୋଇଥାଏ। ଏହା ଦ୍ୱାରା ତାଙ୍କ ଫଲୋଅର୍ସ ମାନେ ଖୁସି ହୋଇ ତାଙ୍କୁ ଟଙ୍କା ଦିଅନ୍ତି।

Comment