ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜମେରରେ ଜଣେ ବୃଦ୍ଧା ଭିକାରି ସହିଦ ପରିବାରକୁ ୬ ଲକ୍ଷ ଟଙ୍କା ଦାନ କରିଛନ୍ତି। ମନ୍ଦିର ବାହାରେ ଭିକ ମାଗୁଥିବା ବୃଦ୍ଧା ଭିକାରି ଦେବକୀ ଶର୍ମା ସହିଦଙ୍କ ପରିବାରକୁ ଏହି ଟଙ୍କା ଦାନ କରିଛନ୍ତି। ଏହା ଦେବକୀଙ୍କ ଇଚ୍ଛା ଅନୁସାରେ ହୋଇଛି, ତାଙ୍କର ଗତ ୬ ମାସ ପୂର୍ବରୁ ପରଲୋକ ହୋଇଯାଇଛି।

ଆଜମେର ବଜରଙ୍ଗଗଢ଼଼ ସ୍ଥିତ ମାତା ମନ୍ଦିରରେ ଗତ ୭ ବର୍ଷ ହେଲା ଦେବକୀ ଶର୍ମା ଭିକ ମାଗି  ଚଳୁଥିଲେ। ମୃତ୍ୟୁ ପୂର୍ବରୁ ବୃଦ୍ଧା ଭିକାରୀ ୬ ଲକ୍ଷ ୬୧ ହଜାର ୬୦୦ ଟଙ୍କା ଜମା କରିଥିଲେ । ବଜରଙ୍ଗଗଢ଼ରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଥିବା ଆକାଉଣ୍ଟରେ ଏହି ଟଙ୍କା ଜମା ରହିଥିଲା।

ଜମା ଟଙ୍କାକୁ ଭଲ କାମରେ ଲଗାଇବ ପାଇଁ ମୃତ୍ୟୁ ପୂର୍ବରୁ ମନ୍ଦିର ଟ୍ରଷ୍ଟିକୁ କହିଥିଲେ ବୃଦ୍ଧା। ମନ୍ଦିର ଟ୍ରଷ୍ଟି ପକ୍ଷରୁ ଦେବକୀ ଶର୍ମାଙ୍କ ଅନ୍ତିମ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କ ଟଙ୍କାକୁ ଆଜମେର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ପୁଲୱାମା ହମଲାରେ ସହିଦ ହୋଇଥିବା ରାଜସ୍ଥାନର ଏହି ସହିଦ ପରିବାରକୁ ସହାୟତା ରାଶି ଦିଆଯାଇଥିଲା।

Comment