ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ସୋସିଆଲ ମିଡିଆରେ ସମର୍ଥନ କରିଥିବାରୁ ମୁମ୍ବାଇର ଏକ ଘରୋଇ କମ୍ପାନି ନିଜ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ତାଙ୍କୁ ଏପରି କହିବାର କାରଣ ପଚରାଯାଇଛି।  

ସୂଚନାନୁସାରେ ରିଆଜ ଅହମଦ ୱାନୀ ନାମକ ଜଣେ କର୍ମଚାରୀ ଗୁରୁବାର ହୋଇଥିବା ଆତଙ୍କୀ ହମଲାକୁ ନେଇ ନିଜ ଫେସବୁକ୍‌  ପେଜରେ ଏକ ଫୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ କର୍ମଚାରୀ ଜଣଙ୍କ ହମଲାକୁ ସମର୍ଥନ କରିଥିଲେ। ଏହାସହିତ ଲେଖିଥିଲେ କି ‘ataah wanaaan surgical strike’ ଯାହାର ଅର୍ଥ ହେଉଛି ‘ଏହାକୁ କୁହାଯାଇଥାଏ ସର୍ଜିକାଲ ଷ୍ଟ୍ରାଇକ୍‌’।

ଏହାପରେ କମ୍ପାନି ତରଫରୁ ଉକ୍ତ କର୍ମଚାରୀଙ୍କୁ ପ୍ରଥାମିକ ଭାବେ ନିଲମ୍ବନ କରି କୁହାଯାଇଛି,” ୭ଦିନ ମଧ୍ୟରେ ଏପରି ପୋଷ୍ଟର କରିବାର କାରଣ ଦିଅନ୍ତୁ।”

ତେବେ ଏହା ପ୍ରଥମଥର ନୁହଁ ରିଆଜ ପାକିସ୍ତାନ ସମର୍ଥନରେ କହିବ। ଏହା ପୂର୍ବରୁ ବି ଅନେକ ଥରେ ସେ ସୋସିଆଲ ମଡିଆରୋ ପୋଷ୍ଟ କରିଥିବା ଅଧିକାଂଶ ପୋଷ୍ଟ ପାକିସ୍ତାନ ସପକ୍ଷରେ ଲେଖି ଥାନ୍ତି ରିଆଜ ଅହମଦ ୱାନୀ। ଏହା ସହିତ ବିବାଦୀୟ ଫୋଟ ପୋଷ୍ଟ ଓ ଶେୟାର ବି କରିଥାନ୍ତି। ଯେତେବେଳେ ପୂରା ଦେଶ ଲୁହରେ ଛଳଛଳ ଠିକ୍‌ ସେତେବେଳେ ଜଣେ କର୍ମାଚାରୀଙ୍କ ଏଭଳି ପୋଷ୍ଟ ସତରେ ଭାରତୀୟଙ୍କ ଭାବନାକୁ କଷ୍ଟ ଦେଲା ଭଳି।

Comment