ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

“କିଛି ଏମିତି ଯୋଡ଼ି ଯେଉଁମାନେ ପରଦାରେ ସଫଳ ହୋଇଥିଲେ ମାତ୍ର ରିୟଲ ଲାଇଫରେ ଅସଫଳ”

ବଲିଉଡରେ ସମ୍ପର୍କ ଯୋଡ଼ିବା ଓ ଭାଙ୍ଗିବା ଏକ ସାଧାରଣ କଥା। ମାତ୍ର ଏମିତି କିଛି ଯୋଡ଼ି ଅଛି ଯେଉଁମାନେ ରିଲ୍‌ ଲାଇଫରେ ହିଟ୍‌ ଥିଲେ ମାତ୍ର ରିୟଲ ଲାଇଫରେ ଅସଫଳ ହୋଇଥିଲେ। ଆମେ କଥା ହେଉଛୁ ବି ଟାଉନର ସେମିତି କିଛି କପଲ୍‌ଙ୍କ କଥା ଯେଉଁମାନେ କିଛିବର୍ଷ ଏକାଠି ରହିବା ପରେ ଅଲଗା ହୋଇଯାଇଥିଲେ। ଏମାନଙ୍କ ଯୋଡ଼ି ବଡ଼ ପରଦାରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିଥିଲା।

ଆସନ୍ତୁ ଭାଲେଣ୍ଟାଇନ୍ସ ଡେରେ ସେମିତି କିଛି ଚର୍ଚ୍ଚିତ ଯୋଡିଙ୍କ ବାବଦରେ କଥା ହେବା

ମଧୁବାଲା ଓ ଦିଲୀପ କୁମାରଙ୍କ ଅଧୁରା କାହାଣୀ

ମଧୁବାଲା ଓ ଦିଲ୍ଲୀପ କୁମାରଙ୍କ ପ୍ରେମକାହାଣୀ ଆରମ୍ଭ ହୋଇଥିଲା  ଫିଲ୍ମ ‘ତରାନା’ର ସୁଟିଂ ସେଟରୁ। ପାଖାପାଖି ୭ବର୍ଷ ଏମାନେ ଏକାଠି ରହିବା ପରେ ପରସ୍ପରଠାରୁ ଅଲଗା ହୋଇଥିଲେ। କୁହାଯାଇଥାଏ ମଧୁବାଲାଙ୍କ ବାପା ଆଉଟଡୋର ସୁଟିଂ ଲାଗି ଅନୁମତି ଦେଇନଥିଲେ, ଯାହାପରେ ଏକ ଫିଲ୍ମ ଯାହା ମଧୁବାଲା କରିଥାନ୍ତେ ତାହା ଅନ୍ୟ ହିରୋଇନଙ୍କୁ ଦିଆଗଲା। ଏହି ଘଟଣା ପରେ ଉଭୟଙ୍କ ପ୍ରେମ ସମ୍ପର୍କରେ ଭାଟ ପଡ଼ିଥିଲା।

ଶତ୍ରୁଘ୍ନ ସିହ୍ନା ଓ ରୀନା ଅସଫଳ

ଶତ୍ରୁଘ୍ନ ଓ ରୀନାଙ୍କ ଭଲପାଇବା  ଅନେକ ସିରିୟସ ଓ ବିବାଦୀୟ ଥିଲା। ରୀନା ତାଙ୍କ ଫାଷ୍ଟ ଫିଲ୍ମ ‘କାଳୀଚରଣ’ରୁ ହିଁ ଶତ୍ରୁଘ୍ନଙ୍କ ସହ ଲଭ ରିଲେସନ ଆରମ୍ଭ ହୋଇଥିଲା। ଶତ୍ରୁଘ୍ନ ସେହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନୟ କରୁଥିଲେ। ଏହାପରେ ଏହି କପଲ ଅନେକ ଫିଲ୍ମ ଏକାଠି କରିଛନ୍ତି। ଏକାଠି ରହିବାର ଅନେକ ଦିନ ପରେ ଅଚାନକ ପୁନମ୍‌ଙ୍କୁ ବିବାହ କରିଥିଲେ ଶତ୍ରୁଘ୍ନ ମାତ୍ର ରୀନାଙ୍କୁ ଛାଡିବାକୁ ଚାହୁଁନଥିଲେ। କିନ୍ତୁ ରୀନା କିଛି ବର୍ଷ ପରେ ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିଥିଲେ।

ଅକ୍ଷୟ ଓ ରବୀନାଙ୍କ ବଦନାମ ଭଲପାଇବା

ଅକ୍ଷୟ କୁମାରଙ୍କୁ ବଲିଉଡର ସବୁଠୁ ଲୟାଲ ମଣିଷ ବୋଲି ସମସ୍ତେ କହିଥାନ୍ତି। ମାତ୍ର ନିଜ କ୍ୟାରିୟର ଆରମ୍ଭରୁ ସେ ପ୍ଲେବୟ ନାଁରେ ଜଣାଯାଉଥିଲେ। ଅକ୍ଷୟଙ୍କ ଅନେକ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା। ୧୯୯୪ରେ ଫିଲ୍ମ ‘ମୋହରା’ ପରେ ରବୀନା ଓ ଅକ୍ଷୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏମିତିକି ଉଭୟ ମନ୍ଦିରରେ ନିର୍ବନ୍ଧ ବି କରିଥିବା ଖବର ଆସିଥିଲା। ତେବେ ଏହା କିଛି ଦିନ ପରେ ଉଭୟ ଅଲଗା ହୋଇଯାଇଥିଲେ। ଅଲଗା ହେବାର ଅନେକ ଦିନ ପରେ ରବୀନା ଖୁଲାସା କରିଥିଲେ କି,”ମୁଁ ଅନେକ ସୁଯୋଗ ଦେଇଥିଲି ଅକ୍ଷୟଙ୍କୁ କିନ୍ତୁ ସେ ଲୟାଲ ନଥିଲେ।”

କରୀନା କପୁର ଓ ସାହିଦ କପୁର

୨୦୦୪ରେ କରୀନା କପୁର ଓ ସାହିଦ କପୁରଙ୍କ ଫିଲ୍ମ ‘ଫିଦା’ ବି ଟାଉନରେ ସୁପରହିଟ ହୋଇଥିଲା। ଏହା ପରେ ପାଖାପାଖି ୫ବର୍ଷ ଉଭୟ ଉଭୟଙ୍କୁ ଡେଟ କରିଥିଲେ। ଏହାପରେ ଉଭୟଙ୍କ ଭିତରେ ବ୍ରେକଅପ୍‌ ହୋଇଯାଇଥିଲା।  ଫିଲ୍ମ ‘ଜବ ୱି ମେଟ’ ପରେ ଉଭୟ ଅଲଗା ହୋଇଯାଇଥିଲେ। ଫିଲ୍ମ ‘ଟଶନ’ ପରେ କରୀନା ସୈଫ ଅଲ୍ଲୀ ଖାନ୍‌ଙ୍କ ସହ ସମ୍ପର୍କ ଘନିଷ୍ଠ ହୋଇଥିଲା। କିଛି ବର୍ଷ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଦୀପିକା ପାଦୁକୋଣ ଓ ରଣବୀର କପୁରଙ୍କ କାହାଣୀ

ଦୀପିକା ୨୦୧୮ରେ ରଣବୀର ସିଂଙ୍କୁ ବିବାହ କରିଛନ୍ତି। ମାତ୍ର କିଛି ବର୍ଷ ପୂର୍ବରୁ ଦୀପିକା ଓ ରଣବୀର କପୁରଙ୍କ ପ୍ରେମ କାହାଣିର ଚର୍ଚ୍ଚା ଅନେକ ହୋଇଥିଲା। ଏହି ଯୋଡ଼ି ଉଭୟ ଅଫ ସ୍କ୍ରିନ୍‌ ଓ ଅନ୍‌ ସ୍କ୍ରିନ୍‌ରେ ଫ୍ୟାନଙ୍କ ପାଇଁ ଲୋକପ୍ରିୟ କପଲ ଥିଲେ। ଦୀପିକା ବି ଏହି ରିଲେସନସିପ୍‌କୁ ନେଇ ଅନେକ ସିରିୟସ ଥିଲେ। ମାତ୍ର ଏହି ସମ୍ପର୍କ ଅଧିକ ଦିନ ଚାଲିପାରିନଥିଲା। ଉଭୟ ଅଲଗା ହୋଇଯାଇଥିଲା। ଏହାପରେ ଦୀପିକା କିଛିଦିନ ଲାଗି ଡିପ୍ରେସନକୁ ଚାଲିଯାଇଥିଲେ। କିଛି ଦିନ ପରେ ତାଙ୍କ ଲାଇଫରେ ଏଣ୍ଟ୍ରି ମାରିଥିଲେ ରଣବୀର ସିଂ ଯାହାପରେ ତାଙ୍କ ଲାଇଫରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି।

Comment