ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ହୋଇଥିବାବେଳ ଏଥିରେ ଉତ୍ତରପ୍ରଦେଶ ୧୨ ଜଣ ସହିଦ ହୋଇଛନ୍ତି।
୧୨ ଜଣ ସହିଦଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ଯୋଗୀ ସରକାର। ସମସ୍ତ ସହିଦ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଯୋଗୀ ସରକାର ଘୋଷଣା କରିଛନ୍ତି। ଏହା ସହ ପରିବାରର ଜଣକୁ ଚାକିରି ମଧ୍ୟ ଦିଆଯିବ କହିଛନ୍ତି ଯୋଗୀ।
ପୁଲୱାମା ଆ୍ରକମଣର ତୀବ୍ର ନିନ୍ଦା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯବାନମାନଙ୍କ ଆତ୍ମବଳୀ ବ୍ୟର୍ଥ ଯିବନି ବୋଲି ସେ କହିଛନ୍ତି।

















