ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ଆତଙ୍କୀ। ଶନିବାର ଜମ୍ମୁ କଶ୍ମୀରର ପୁଲୱାମା ସ୍ଥିତ ଡଡୁରା ଗାଁରେ ଛପି ରହିଥିବା ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି।

ମୃତ ଆତଙ୍କବାଦୀଙ୍କଠାରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତାଙ୍କ ପାଖରେ ଅନେକ ଗୋଳାବାରୁଦ ଥିବା ସୁରକ୍ଷାକର୍ମୀ ସୂଚନା ଦେଇଛନ୍ତି। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାପୂର୍ବରୁ କୁଲଗାମ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଥିଲେ। ଏଥିରେ ମଧ୍ୟ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଏହି ଅଞ୍ଚଳରେ ଏବେ ବି ଅପରେସନ ଜାରି ରହିଛି।

Comment