ଓଡ଼ିଶାଲାଇଭ୍ ବ୍ୟୁରୋ

ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅଜଣା ବ୍ୟକ୍ତିଙ୍କ ଗୁଳିରେ ଲତିଫର ମୃତ୍ୟୁ ହୋଇଛି।

ଗତ ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ଏୟାରଫୋର୍ସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଶାହିଦ ଲତିଫ। ଏୟାରଫୋର୍ସ ଷ୍ଟେସନ ଆକ୍ରମଣ ପାଇଁ ୪ ଆତଙ୍କବାଦୀଙ୍କୁ ପାକିସ୍ତାନରେ ରହି ନିର୍ଦେଶ ଦେଉଥିଲା ଲତିଫ।

ଲତିଫ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦର ସଦସ୍ୟ ରହିବା ସହ ସିଆଲକୋଟରେ ଏହାର ଲଞ୍ଚିଂ କମାଣ୍ଡର ଥିଲା। ସେ ଜୈଶ-ଏ-ମୋହମ୍ମଦର ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଇବା ସହ ଭାରତରେ ଆକ୍ରମଣ ପାଇଁ ଯୋଜନା କରୁଥିଲା।

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ୧୯୯୪ ମସିହା ନଭେମ୍ବର ୧୨ ତାରିଖରେ ଲତିଫକୁ ଗିରଫ କରାଯାଇଥିଲା। ଭାରତର ଜେଲରେ ପ୍ରାୟ ୧୬ ବର୍ଷ ସଜା କାଟିଛି ଲତିଫ। ୨୦୧୦ ମସିହାରେ ଜେଲରୁ ମୁକୁଳିବା ପରଠାରୁ ଲତିଫ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବା ଆରମ୍ଭ କରିଥିଲା। ୧୯୯୯ ମସିହାରେ କାନ୍ଧାର ବିମାନ ଅପହରଣ ମାମଲାରେ ଦୋଷୀ ଥିଲା।

୨୦୧୬ ମସିହା ଜାନୁଆରି ମାସରେ ୪ ଜଣ ଆତଙ୍କବାଦୀ ଲତିଫର ଇସାରାରେ ପଞ୍ଜାବର ପଠାନକୋଟ ଏୟାରଫୋର୍ସ ଷ୍ଟେସନରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ସୁରକ୍ଷା କର୍ମୀଙ୍କ ଗୁଳିରେ ସମ୍ପୃକ୍ତ ଚାରି ଆତଙ୍କବାଦୀ ନିହତ ହୋଇଥିଲେ।

Tags: #Pathnkot #terroristattack #pathankotattackmastermind #sahidlatifkilled #pakistan

LEAVE A REPLY

Please enter your comment!
Please enter your name here