ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଗୁଳିରେ ନିପାତ ହେଲେ ୩ ଆତଙ୍କବାଦୀ। ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ଏହି ଆତଙ୍କବାଦୀମାନେ ପ୍ରାଣ ହରାଇଛନ୍ତି।

ଗତ କିଛିଦିନ ଧରି ପୁଲୱାମାରେ ସୁରକ୍ଷାବଳ ଲଗାତାର ଭାବେ ନିଜର ସର୍ଚ୍ଚ ଅପରେସନ୍ ଜାରି ରଖିଛି। ବୁଧବାର କଙ୍ଗନ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳକୁ ସୂଚନା ମିଳିଥିଲା। ଏହାପରେ ସେଠାରେ ସୁରକ୍ଷାବଳ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲା। ଜବାବରେ ସୁରକ୍ଷାବାହିନୀ ପଟରୁ ମଧ୍ୟ ଗୁଳିଚାଳନା ହୋଇଥିଲା। ଯେଉଁଥିରେ ଏହି ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ସୁରକ୍ଷାବଳ ୨ ଜଣ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲା। ପୁଲୱାମାର ଅବନ୍ତୀପୋରାର ସାଇମୋହ ଗାଁରେ ଗୁଳିଚାଳନା କରି ସୁରକ୍ଷାବଳ ଏହି ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏଥିସହ ତାଙ୍କ ପାଖରୁ ବିପୁଳ ପରିମାଣର ଗୋଳାବାରଦ ମଧ୍ୟ ଜବତ କରାଯାଇଥିଲା। ଏମାନେ ସମସ୍ତେ ଗଜାବତ-ଉଲ୍-ହିନ୍ଦ ଆତଙ୍କବାଦୀ ସଙ୍ଗଠନର ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here