ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ପୁଲୱାମାରେ ଗୁରୁବାର ଏକ ବଡ଼ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛି ସୁରକ୍ଷା ବଳ। ସେଠାକାର ଏକ କାର ଭିତରୁ ବହୁ ପରିମାଣର ବିସ୍ଫୋରକ ଜବତ କରାଯାଇଛି।

ଜମ୍ମୁ କଶ୍ମୀର ଆଇଜି ବିଜୟ କୁମାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗତ ସପ୍ତାହେ ଧରି ଏଠାରେ ଜୈଶ ଇ ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ୍ ସଙ୍ଗଠନ ମିଶିକରି କୌଣସି ବଡ଼ ଆକ୍ରମଣର ଯୋଜନା କରୁଥିଲେ। ଏହାପରେ ସେଠାକାର ପୋଲିସ୍ ସିଆରପିଏଫର ସହାୟତାରେ ସେଠାରେ ତନାଘନା ଆରମ୍ଭ କରିଥିଲା।ଗତକାଲି ପୋଲିସ ସେଠାରେ ଆତଙ୍କବାଦୀମାନଙ୍କୁ ପିଛା କରି ଗୋଟିଏ କାର ଜବତ୍ କରିଥିଲା। ଯେଉଁଥିରୁ ବହୁ ପରିମାଣର ଆଇଇଡି ଓ ୪୦ କେଜି ବିସ୍ଫୋରକ ଜବତ କରାଯାଇଥିଲା। କୁହାଯାଉଛି ଯେ ଏହି ଆତଙ୍କବାଦୀ ସଙ୍ଗଠନ ସୁରକ୍ଷା ବଳ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ତେଣୁ ଏହାଦ୍ୱାରା ଏକ ବଡ଼ ଧରଣର ବିପଦକୁ ରୋକାଯାଇପାରିଛି।

ଗତବର୍ଷ ମଧ୍ୟ ପୁଲୱାମାରେ ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କୁ ଉପରକୁ ଆକ୍ରମଣ କରିଥିଲେ। ଯେଉଁଥିରେ ୪୫ ଜଣ ଯବାନ ସହୀଦ ହୋଇଥିଲେ।

Comment