ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡରେ ସାଧାରଣତଃ ଅନେକ ଫିଲ୍ମ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଥାଏ। କିଛି ଫିଲ୍ମ ହିଟ୍‌ ହୋଇଥିଲାବେଳେ ଆଉ କିଛି ଫିଲ୍ମ ଫ୍ଲପ୍‌ ମଧ୍ୟ ହୋଇଥାଏ। ହେଲେ ବଲିଉଡରେ ଏମିତି ମଧ୍ୟ କିଛି ପ୍ରେମ କାହାଣୀ ଉପରେ ଫିଲ୍ମ ନିର୍ମିତ ହୋଇଛି ଯେଉଁ ଫିଲ୍ମ ଦେଖି ଦର୍ଶକଙ୍କ ଆଖିରୁ ନିଶ୍ଚୟ ଲୁହ ଆସିଥିବ।

‘ତେରେ ନାମ’

ସଲମାନ ଖାନ୍‌ ଓ ଭୂମିକା ଚାୱଲାଙ୍କ ଅଭିନୀତ ଖ୍ୟାତନାମା ଫିଲ୍ମ ହେଲା ତେରେ ନାମ। ଫିଲ୍ମର କାହାଣୀ ଓ ସଙ୍ଗୀତ ମଧ୍ୟ ବେଶ୍‌ ସୁପରହିଟ୍‌ ହୋଇଥିଲା। ଏବେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ଲୋକେ ପସନ୍ଦ କରିଥାନ୍ତି। ଦୁଇ ପ୍ରେମୀଙ୍କ ସଂଘର୍ଷପୂର୍ଣ୍ଣ ପ୍ରେମ କାହାଣୀ ଦେଖି ନିଶ୍ଚୟ ଦର୍ଶକ କାନ୍ଦିଥିବେ।

‘କଲ୍‌ ହୋ ନା ହୋ’

ଶାହାରୁଖ୍‌ ଖାନ ଓ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ବହୁ ଲୋକପ୍ରିୟ ଫିଲ୍ମ ହେଲା କଲ୍‌ ହୋ ନା ହୋ। ବଲିଉଡର ଇମୋସ୍‌ନାଲ ଫିଲ୍ମ ଭିତରେ ଶାହାରୁଖଙ୍କ ଏହି ଫିଲ୍ମର ତାଲିକା ରହିଛି। ଏହି ଫିଲ୍ମ ସମ୍ପୂର୍ଣ୍ଣ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା।

Comment