ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ପୂରା ଭାରତ ଯେମିତି ଲୁହରେ ଛଳଛଳ ହୋଇଯାଇଛି। ସବୁଠି ପ୍ରତିଶୋଧର ସ୍ୱର, ସହିଦଙ୍କୁ ସମ୍ମାନ। ବୀର ଯବାନଙ୍କୁ ହରାଇ ଯେମିତି ଧରିତ୍ରୀ ମା’ବି ନିରବି ଯାଇଛି।
ଏହି ଆତଙ୍କି ହମଲା ଏତେ ଭୟଙ୍କର ଥିଲା କି ଯବାନଙ୍କ ଶରୀର ଚିହ୍ନଟ କରିବା କଷ୍ଟକର ହୋଇଥିଲା। ମୃତ ଯବାନଙ୍କ ପରିଚୟ ପାଇବା କଷ୍ଟକର ହୋଇଥିଲା।
ଶେଷରେ ଯବାନଙ୍କ ପରିଚୟ ପତ୍ର, ପାନ୍, ଆଧାର ଓ କିଛି ବ୍ୟକ୍ତିଗତ ସାମଗ୍ରୀରୁ ହିଁ ସେମାନଙ୍କ ପରିଚୟ ମିଳଥିଲା।
ଏହାପରେ ଫରେନସିକ୍ ପ୍ରକ୍ରିୟାରେ ସେମାନଙ୍କର ପରିଚୟ ଜଣାପଡ଼ିଥିଲା ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି। ବାସ୍ତବରେ କେତେ ଭୟାନକ ହୋଇଥିବା ସେହି ସମୟର ଦୃଶ୍ୟ।