ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଭୁବନେଶ୍ୱର, କଟକ ସମେତ ଅନେକ ସ୍ଥାନରେ ଅଦିନିଆ ବର୍ଷା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ରହିଛି।

ଜମ୍ମୁ-କାଶ୍ମୀରରୁ ଆସାମ ଯାଏଁ ସୃଷ୍ଟ ଲଘୁଚାପ ପ୍ରଭାବରେ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ କଳାହାଣ୍ଡିରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିଲା। ଆସନ୍ତା ଦୁଇ ଦିନ ପାଇଁ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି।

Comment