ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ସମସ୍ତେ ସ୍ଲିମ୍‌ ଦେଖାଯିବା ଲାଗି କେତେ କଣ କରୁଛନ୍ତି। ଜିମ୍‌ଠୁ ଆରମ୍ଭ କରି ଡାଏଟ୍‌ ଆହୁରି କେତେ କଣ।

ଯଦି ଜଣେ ଏକ୍ସରସାଇଜ୍‌ କରିବା ପରେ ଓଜନ କମୁଛି ତେବେ ଠିକ୍‌ ଅଛି। ମାତ୍ର ଯଦି ଜଣେ ଏକ୍ସରସାଇଜ୍‌ ନକରି ଓଜନ କମୁଛି ତେବେ ଏହା ଏକ ଗମ୍ଭୀର ସମସ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି।

ସାବଧାନ ହେବା ସହିତ ଯଦି ଲଗାତାର ଓଜନ କମେ ତେବେ ଏକ୍ସପର୍ଟ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ରିସର୍ଚ୍ଚରୁ ଜଣାପଡ଼ିଛି କି ସାଧାରଣତଃ ଫୁସଫୁସ୍‌, ପାକସ୍ତଳୀ,ପାନକ୍ରିଆଟିକ୍‌ କ୍ୟାନସର ହେଲେ ରୋଗୀର ଓଜନ କମିବା ଆରମ୍ଭ ହୋଇଥାଏ।

ଯଦି ଏମିତି କିଛି ଅସୁବିଧା ହେଉଛି ତେବେ ଭୟଭୀତ କିମ୍ବା ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହା ରିସର୍ଚ୍ଚର ମତ ଅଟେ ଓଡ଼ିଶାଲାଇଭ୍‌ ଏହାର ପୁଷ୍ଟି କରୁନାହିଁ।

Comment