ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରୁ ରିଲାଏନ୍ସ କମ୍ୟୁନିକେସନର ଚେୟାରମ୍ୟାନ ଅନିଲ ଅମ୍ବାନିଙ୍କୁ ବଡ଼ ଝଟକା ଲାଗିଛି। କୋର୍ଟ ଅବମାନନା ନେଇ ଅନିଲ ଅମ୍ବାନି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏରିକ୍ସନ ଇଣ୍ଡିଆର ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ଏରିକ୍ସନ କମ୍ପାନିକୁ ବାକିଥିବା ୫୫୦ କୋଟି ଦେବା ମାମଲାରେ ଏହି ଶୁଣାଣି ହୋଇଛି। ସତ୍ୟପାଠ ମିଥ୍ୟା ବୋଲି କୋର୍ଟ କହିଛନ୍ତି। ରିଲାଏନ୍ସ କମ୍ୟୁନିକେସନ ଜାଣିଶୁଣି ଟଙ୍କା ଫେରାଇନାହିଁ କହିଛନ୍ତି କୋର୍ଟ। ୪ ସପ୍ତାହ ମଧ୍ୟରେ ୪୫୩ କୋଟି ଅର୍ଥ ଫେରସ୍ତ କରିବାକୁ ଅନିଲ ଅମ୍ବାନିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ଟଙ୍କା ଦେଇ ନପାରିଲେ ତାଙ୍କୁ ଜେଲ ହୋଇପାରେ।

ଟେଲିକମ ଇକ୍ଵିପମେଣ୍ଟ କମ୍ପାନି, ଏରିକ୍ସନର ପଖାପାଖି ୫୫୦ କୋଟି ଟଙ୍କାର ବାକି ଥିବା ରାଶି ଦେଇପାରିନଥିବାରୁ  ସୁପ୍ରିମକୋର୍ଟ ରିଲାଏନ୍ସ କମ୍ୟୁନିକେସନକୁ ଅବମାନନା ନୋଟିସ ଜାରି କରିଥିଲେ।

 

Comment