ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଗସ୍ତରେ ଯାଇଛନ୍ତି। ବରଗଡ଼ ଚାଷୀ ସମାବେଶରେ ଉଦ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ୨ୟ ପର୍ଯ୍ୟାୟରେ ୧୪ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଟଙ୍କା ଦିଆଗଲା।
ଏହି ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି। ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ଉପକୃତ ହେଉଛନ୍ତି। ଜଣେ ବି ଚାଷୀ ଏହି ଯୋଜନାରୁ ବଞ୍ଚିତ ନହେବେ, ସେ ନେଇ ମୁଁ ନଜର ରଖିଛି। ପୂର୍ବରୁ କାଳିଆ ଯୋଜନାରେ ୧୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଛି। ଚାଷୀଙ୍କୁ ଏହି ଯୋଜନା ମାଧ୍ୟମରେ ବିନା ସୁଧରେ ଋଣ ଦିଆଯାଉଛି। କେନ୍ଦ୍ରର ପିଏମ୍ କିଷାନ ଯୋଜନାଠୁ କାଳିଆ ଯୋଜନା ଭଲ।”
ଏହି ଗସ୍ତରେ ନବୀନ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପିଏମ୍ କିଷାନ ଯୋଜନାକୁ ସମାଲୋଚନା କରିଛନ୍ତି ନବୀନ। ଚାଷୀଙ୍କୁ ୬ ହଜାର ନୁହେଁ ୧୦ ହଜାର ଟଙ୍କା ଦିଆଯାଉ ବୋଲି ନବୀନ କହିଛନ୍ତି।











