ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲୋକପ୍ରିୟ ସିରିଏଲର ‘ସିଲସିଲା ବଦଲତେ ରିସ୍ତୋଁ କା’ରେ ନୂଆ ପରିବର୍ତ୍ତନ ଦେଖିବାକୁ ପାଇବେ ଦର୍ଶକ। ହୁଏତ ଏହି ପରିବର୍ତ୍ତନ କିଛି ସିରିଏଲ ପ୍ରେମୀଙ୍କୁ ନିରାଶ କରାଇ ପାରେ କାରଣ ଏହି ସିରିଏଲରେ ଆଉ ନଜର ଆସିବେନି କୁନାଲ ଚରିତ୍ରରେ ଅଭିନୟ କରୁଥିବା ଶକ୍ତି ଅରୋରା।

ତାଙ୍କ ସ୍ଥାନରେ ଆଉ ଏକ ନୂଆ ମୁହଁ ଦେଖିବାକୁ ପାଇବେ ଦର୍ଶକ। ନିକଟରେ ଏହି ସିରିଏଲରୁ ବିଦାୟ ନେଉଥିବା କଥା ଟୁଇଟ କରିଥିଲେ ଅଭିନେତା ଶକ୍ତି ଅରୋରା।

“ବିଦାୟ ସବୁବେଳେ କଷ୍ଟ ଦେଇଥାଏ, ହେଲେ ମୁଁ ସିଲିସିଲା ଟିମ୍‌ରୁ ଅନେକ ସ୍ମୃତି ନେଇ ଯାଉଛି। ଖୁବଶୀଘ୍ର ପୁଣି ଥରେ ଦେଖାହେବ”, ଟୁଇଟରେ ଲେଖିଛନ୍ତି ଶକ୍ତି।

ତେବେ ସିରିଏଲର କାହାଣୀ ଆଗାମୀ ଦିନରେ ମିଷ୍ଠି ଓ ପରିଙ୍କୁ ନେଇ ଗତିଶୀଳ ହେବ।

ପୂର୍ବରୁ ସିରିଏଲଟି ଖୁବଶୀଘ୍ର  ବନ୍ଦ ହେବ ବୋଲି ଶିଣିବାକୁ ମିଳିଥିଲା। ହେଲେ ଏହା ସ୍ପଷ୍ଟ ହୋଇନାହିଁ। ସିରିଏଲଟର କାହାଣୀ ପରକୀୟା ପ୍ରୀତି ଉପରେ ଆଧାରିତ ହୋଇଥିବାରୁ ଏହାକୁ ନେଇ ବିବାଦ ଜୋର ଧରିଥିଲା।

Comment