ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ଏଭଳି ଏକ ଗାଁ ରହିଛି ଯେଉଁଠି ଅଜବ ପରମ୍ପରା ପ୍ରଚଳିତ ହୋଇ ଆସୁଅଛି। ଗାଁରେ ଭିତରେ କୌଣସି ନବଜାତ ଶିଶୁ ଜନ୍ମ ଦେବାର ଅନୁମତି ନାହିଁ। ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ସଙ୍କ୍ ଶ୍ୟାମ୍ ଜୀ ଗାଁରେ ଗତ ୪ ଶହ ବର୍ଷ ଧରି କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା ପ୍ରାୟ ୧୩୦ କିଲୋମିଟର। ପ୍ରସବ ସମୟ ହେଲେ ଗର୍ଭବତୀ ମହିଳାଙ୍କୁ ଗାଁ ବାହାରେ ଥିବା ଏକ ଘରକୁ ନିଆଯାଇଥାଏ।

ଯାହାକି କେବଳ ପ୍ରସବ ପାଇଁ ନିର୍ମିତ ହୋଇଛି। ଗାଁ ଉପରେ ଏକ ଅଭିଶାପ ରହିଛି। ଏଠାରେ ପ୍ରସବ ହେଲେ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିଥାଏ। ନଚେତ୍ ଶିଶୁ ବିକଳାଙ୍ଗ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି। ଏପରି କାହିଁକି ହୋଇଥାଏ। ଏହା ପଛର ଅଜଣା ରହସ୍ୟ କ’ଣ ତାହା ଗ୍ରାମବାସୀଙ୍କୁ ଅଜଣା। ତେବେ ଏଭଳି ଅନେକ ଘଟଣା ଘଟିବାରୁ ଶେଷରେ ଗାଁରେ ପ୍ରସବକୁ ବାରଣ କରାଯାଇଥିଲା।

ଏହି ପରମ୍ପରା ଏପର୍ଯ୍ୟନ୍ତ ଏଠାରେ ଜାରି ରହିଛି ବୋଲି ସରପଞ୍ଚ ନରେନ୍ଦ୍ର ଗୁର୍ଜର କୁହନ୍ତି। ୯୦ ପ୍ରତିଶତ ପ୍ରସବ ହସ୍ପିଟାଲରେ ହୋଇଥାଏ। ଅତି ଜରୁରୀ କ୍ଷେତ୍ରରେ ଗାଁ ବାହାରେ ଥିବା ପ୍ରସବ ଘରେ ଶିଶୁ ଜନ୍ମ ନେଇଥାଏ। ଗାଁରେ ଆମିଷ ଓ ମଦ୍ୟପାନକୁ ବାରଣ  କରାଯାଇଛି। ଅଜଣା ଅଭିଶାପ ଯୋଗୁ ତାଙ୍କ ଗାଁରେ କେହି ମଦ୍ୟ କିମ୍ବା ଧୂମପାନ କରି ନଥାନ୍ତି। ଏହା ଗାଁ ପାଇଁ ବରଦାନ ପାଲଟିଛି ବୋଲି ସରପଞ୍ଚ କୁହନ୍ତି।

Comment