ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଢେଙ୍କାନାଳରେ ୯୫୩କୋଟି ଟଙ୍କାର ୧୦୩ଟି ପ୍ରକଳ୍ପ ଓ ଅନୁଗୁଳ ଜିଲ୍ଲାରେ ୧୧୨୯କୋଟି ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଢେଙ୍କାନାଳରେ ସଦର ବ୍ଲକର ରଣପସି ରେଲୱେ ଓଭରବ୍ରିଜ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ଢେଙ୍କାନାଳ, ଭୁବନ,କାମାକ୍ଷାନଗର,କଙ୍କଡାହାଡ ବ୍ଲକର ୪ଟି ସଡକ ନିର୍ମାଣ ପ୍ରକଳ୍ପର ଉଦଘାଟନ କରାଯିବ। ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଯିବ।
ସେହିପରି ଅନୁଗୁଳ ଜିଲ୍ଲାରେ ଛେଣ୍ଡିପଦା ଓ ଅନୁଗୁଳ ବ୍ଲକର ଓଗି-ପରା-ଟାଇଁସି-ଜଗନ୍ନାଥପୁର ସଡକ ପ୍ରକଳ୍ପର ଉଦଘାଟନ ହେବ। ଅନୁଗୁଳ ,ଆଠମଲ୍ଲିକ, ଛେଣ୍ଡିପଦା ଏବଂ ପାଲଲହଡ଼ା ବ୍ଲକର ୬ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

















