ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୫କୁ ତାମିଲନାଡୁ ରାଜନୀତିରେ ଏକ କଳା ଦିବସ ଭାବେ ମନେ ପକାଯାଇଥାଏ। ଏହି ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଚର୍ଚ୍ଚା ହେଉଥିଲା।

ନିକଟରେ ଜଣେ ଖ୍ୟାତନାମା ଫିଲ୍ମ ନିର୍ମାତା ତାଙ୍କ ବାୟୋପିକର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି।

୨୪ ଫେବ୍ରୁଆରି, ଜୟଲଳିତାଙ୍କ ୭୧ ତମ ଜନ୍ମ ଦିବସ ଅବସରରେ ଏଏଲ ବିଜୟ ତାଙ୍କ ବାୟୋପିକର ନାମ ଘୋଷଣା କରିଛନ୍ତି। ଫିଲ୍ମର ଟାଇଟଲ ‘ଥଲାଇବି’ ରହିବ।

ଫିଲ୍ମ ନିର୍ମାଣ ପାଇଁ ଗତ ୯ ମାସ ହେଲୋ ରିସର୍ଚ୍ଚ ଚାଲୁଥିଲାବେଳେ ଫିଲ୍ମରେ କେଉଁ କଳାକାର ଅଭିନୟ କରିବେ ତାହା ଖୁବଶୀଘ୍ର ଜଣାପଡ଼ିବ କହିଛନ୍ତି ଫିଲ୍ମ ନିର୍ମାତା

Comment