ଓଡ଼ିଶାଲାଇଭ୍‌ ବ୍ୟୁରୋ

“ପାକିସ୍ତାନଠାରୁ ଭାରତ ଅଧିକ ଶକ୍ତିଶାଳୀ। ଯଦି ପାକିସ୍ତାନ ଗୋଟିଏ ପରମାଣୁ ବୋମା ପକାଏ ତେବେ ଭାରତ ୨୦ଟି ପରମାଣୁ ବୋମା ପକାଇ ପାକସ୍ତାନକୁ ଧ୍ଵଂସ କରିଦେବ”, ଏକଥା କହିଛନ୍ତି ପୂର୍ବତନ ପାକିସ୍ତାନ ସେନା ମୁଖ୍ୟ ତଥା ପୂର୍ବତନ ପାକ୍‌ ରାଷ୍ଟ୍ରପତି ପରଭେଜ ମୁଶାରଫ।

ମୁଶାରଫଙ୍କ ଏହି ବୟାନ ପାକିସ୍ତାନୀ ଖବରକାଗଜ ‘ଡନ’ରେ ପ୍ରକାଶିତ ହୋଇଛି। ଖବର ଅନୁସାରେ ୟୁଏଇରେ ଏକ ସମ୍ବାଦିକ ସମ୍ମିଳନୀରେ ମୁଶାରଫ ଏହି କଥା କହିଛନ୍ତି। ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ବିଗିଡ଼ି ଯାଇଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, କୌଣସି ପରମାଣୁ ଆକ୍ରମଣ ହେବ ନାହିଁ। ଯଦି ହେଲା ଏହା ପାକ୍‌ ପାଇଁ ଘାତକ ହେବ।

ମୁଶାରଫ ପୁଲୱାମା ଆକ୍ରମଣ ଗୋଟିଏ ସପ୍ତାହ ପରେ ଏହି ବୟାନ ଦେଇଛନ୍ତି।

Comment