ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍କିଲ ଇଣ୍ଡିଆ ମିଶନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ (ଏମ୍‍ଏସ୍‍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲଡେଭେଲପମେଣ୍ଟସ କର୍ପୋରେସନ ଆଜି ଭୁବନେଶ୍ୱରସ୍ଥିତ ରେଲୱେ ଅଡିଟୋରିୟମ୍‍ରେ‘ନୂଆଓଡ଼ିଶା – ଧର୍ମପଦ ଡାଇଲଗ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ।

ଏହି ଅଭିନବ‘ସ୍କିଲ୍‍ ସାଥୀ ୟୁଥ୍‍ କନ୍‍କ୍ଲେଭ’ (ଦକ୍ଷ ଯୁବସାଥୀ ସମ୍ମେଳନ) ଓଡ଼ିଶାର ୪୨୭ଟି ସ୍ଥାନରେ ଲାଇଭ୍ କର୍ଯ୍ୟକ୍ରମ ଜରିଆରେ ପ୍ରଦର୍ଶନ କରାଯାଇଥିଲା। ଏଥିରେ ୨ ଲକ୍ଷରୁ ଅଧିକ ଯୁବପିଢ଼ି ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ ଏବଂ ବ୍ରହ୍ମପୁର ଆଦି ୫ଟି ସ୍ଥାନର ଯୁବପିଢ଼ିଙ୍କ ସହ ଭିଡିଓ କନଫରନ୍ସିଂ ଜରିଆରେ  ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡ଼ିଶାର ୫ ଜଣ ଯୁବ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା। ସେମାନେ ହେଲେ ନେଷ୍ଟ ଆୱେ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ, ଭାରତୀୟ ବାୟୁସେନାର ପଲ୍ଲବୀମହାପାତ୍ର, ଶିକ୍ଷକ ଯୋଗବ୍ୟାସ ଭୋଇ, ଚିତ୍ତରଞ୍ଜନ ମହାନ୍ତି ଏବଂ ବିଶାଲସିଂ।

ଗତ ୩ ମାସମଧ୍ୟରେ ସ୍କିଲ୍‍ ସାଥୀ ମାଧ୍ୟମରେ ସମଗ୍ର ଦେଶରେ ୧୦ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ପରାମର୍ଶ (କାଉନସେଲିଂ) ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ ଓଡ଼ିଶାର ୧ ଲକ୍ଷରୁ ଅଧିକ ଯୁବପିଢି ଅଛନ୍ତି।

Comment