ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତର ଆକ୍ରମଣ ପରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏହାପରେ ସାରା ଦେଶରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ନେଇ ଗୁଞ୍ଜରଣ ଆରମ୍ଭ ହୋଇଛି।

କିଛି ସମୟ ପୂର୍ବରୁ ପାକିସ୍ତାନ ସେନା ପ୍ରମୁଖ ଆସିଫ ଗଫୁର ପ୍ରେସ ମିଟ୍‌ରେ ସୂଚନା ଦେଇଥିଲେ ଯେ ଭାରତର ୨ଜଣ ପାଇଲଟ୍‌ ପାକିସ୍ତାନ କବଜାରେ ଅଛନ୍ତି। ମାତ୍ର ଏହାର କିଛି ସମୟରେ ଏବେ ବୟାନ ବଦଳାଇ କହୁଛନ୍ତି ଯେ ଭାରତର ଜଣେ ପାଇଲଟ ତାଙ୍କ କବଜାରେ ଅଛନ୍ତି।

ବୟାନ ବଦଳାଇବା ସହ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଓ ଭିଡିଓ ଜାରି କରିଛି ପାକିସ୍ତାନ। ଏମିତି କୌଣସି ଯବାନଙ୍କ ଫଟୋ କିମ୍ବା ଭିଡିଓ ଜାରି କରିବା  ନିୟମର ଉଲ୍ଲ୍ଂଘନ ଅଟେ। ଜେନିଭା କନଭେନସନର ନିୟମ ଉଲ୍ଲଂଘନ କରୁଛି ପାକିସ୍ତାନ।

ବାରମ୍ବାର ବୟାନ ବଦଳାଇବାକୁ ନେଇ ଭାରତରେ ଏବେ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସୁଛି।

Comment