ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତକୁ ଶେଷରେ ପରାସ୍ତ ହୋଇଛି। ଭାରତ ବିପକ୍ଷ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ।ବାଙ୍ଗାଲୋର ଏମ୍.ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। କୋହଲି ସର୍ବାଧିକ ୭୨ ରନ୍‌ କରିଥିବା ବେଳେ ଲୋକେଶ ରାହୁଲ ୪୭ ଓ ମହେନ୍ଦ୍ର ସିଂ ଧୋନି ୪୦ ରନ୍‌ କରିଥିଲେ।

ତେବେ ୧୯୨ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା କଙ୍ଗାରୁ ଟିମ୍‌ ପ୍ରଥମରୁ ହିଁ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ମ୍ୟାକ୍ସୱେଲ୍‌ଙ୍କ ଜବରଦସ୍ତ ଶତକ ବଳରେ ୨-୦ରେ ସିରିଜ୍‌ ହାତେଇଛି କଙ୍ଗାରୁ ଟିମ୍‌। ଭାରତ ପକ୍ଷରୁ ବିଜୟ ଶଙ୍କର ୨ଟି ଓ ସିର୍ଦ୍ଧାର୍ଥ କୌଲ ଗୋଟିଏ ୱିକେଟ ନେଇଥିଲେ।

ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଭଲ ପ୍ରଦର୍ଶନ କରିଥିଲା।

Comment