ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ମାଗି ହରଡ଼ଘଣାରେ ତହସିଲଦାର। ଲକ୍ଷାଧିକ ଟଙ୍କା ଲାଞ୍ଚ ମାଗିବା କାରଣରୁ ଚାଷୀ  ଏଭଳି ଉପାୟ ବାହାର କଲେ ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଘଟଣାଟି ମଧ୍ୟପ୍ରଦେଶ ଖଡଗପୁରର। ଅଭିଯୋଗ ରହିଛି କି ଏଠାକାର ତହସିଲଦାର ସୁନୀଲ ବର୍ମା ଚାଷୀଙ୍କ ଜମିକୁ ଖାରଜ କରିବା ପାଇଁ ତାଙ୍କ ଠାରୁ ୧ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। କିନ୍ତୁ ୫୦ ବର୍ଷୀୟ କୃଷକ ଲକ୍ଷ୍ମୀ ଯାଦବ ୧ ଲକ୍ଷ ଟଙ୍କା ଦେବା ପାଇଁ ଆର୍ଥିକ ସ୍ତରରେ ସବଳ ନଥିଲେ।

ତେଣୁ ବାରମ୍ବାର ଟଙ୍କା ମାଗୁଥିବା ଏହି ଅଫିସରଙ୍କ ଗାଡିରେ ସେ ତାଙ୍କ ମଇଁଷି ବାନ୍ଧି ଦେଇଥିଲେ। ଲକ୍ଷ୍ମୀ ଯାଦବ କହିଥିଲେ, “ଟଙ୍କା ନାହିଁ ଯଦି ପାରୁଛନ୍ତି ଏହି ମଇଁଷି ନେଇଯାନ୍ତୁ”। ଏହି ଘଟଣାକୁ ଦେଖି ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିବାରେ ଲାଗିଥିଲା।

ଲକ୍ଷ୍ମୀ ଯାଦବ ପୂର୍ବରୁ ୫୦ ହଜାର ଟଙ୍କା ଉକ୍ତ ଅଧିକାରୀଙ୍କୁ ଦେଇଥିଲେ। କିନ୍ତୁ ସେ ବାରମ୍ବାର ଟଙ୍କା ମାଗିବାରୁ ଗରିବ ଚାଷୀ ଜଣକ ଚିନ୍ତାରେ ଥିଲେ। ଘଟଣାଟି ସାମ୍ନାକୁ ଆସିବା ପରେ ଟିକମଗଡ ଜିଲ୍ଲାପାଳ ସୌରଭ କୁମାର ସୁମନ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଘଟଣାଟି ସତ ହୋଇଥାଏ ଉକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Comment